Latest Odisha News

BREAKING NEWS

ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

ପୁରୀ: ହାଇକୋର୍ଟରେ ପହଞ୍ଚିଛି ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା । ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ଶରତ ରାୟଗୁରୁ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ଅପିଲ କରିଛନ୍ତି ଆବେଦନକାରୀ ।

ଏହାସହ ସଂପୃକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ମାମଲାକୁ ଗ୍ରହଣ କିଛନ୍ତି ହାଇକୋର୍ଟ । ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.