Latest Odisha News

BREAKING NEWS

ସାଉଥ ଏସିଆନ ଗେମ୍ସ: ଟେନିସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଜିତିଲେ ସ୍ୱର୍ଣ୍ଣ

କାଠମାଣ୍ଡୁ: ନେପାଳର ପୋଖରାଠାରେ ଅନୁଷ୍ଠିତ ହେଉଥିବା ଦକ୍ଷୀଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଟେନିସ ଦଳ ଉଭୟ ପୁରୁଷ ଓ ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି ।

ପୁରୁଷ ଟେନିସ ପ୍ରତିଯୋଗିତାର ଫାଇନାଲରେ ଭାରତ ତାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।

ସେହିପରି ଭାରତୀୟ ମହିଳା ଟେନିସ ଦଳ ଫାଇନାଲରେ ଶ୍ରୀଲଙ୍କା ଟେନିସ ଟିମକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିପାରିଛି । ଉଭୟ ପୁରୁଷ ଓ ମହିଳା ଟେନିସ ଦଳ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଆରମ୍ଭରୁ ସେମାନଙ୍କର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିପାରିଥିବାରୁ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି ।

Leave A Reply

Your email address will not be published.