Latest Odisha News

BREAKING NEWS

କଟକରେ ବାଲିଘାଟରେ ଚଢ଼ାଉ: ୧୧ ଅଟକ, ୭ଟି ଟ୍ରାକ୍ଟର ଜବତ

କଟକ: ବାଲିଘାଟ ଉପରେ କମିଶନରେଟ ପୋଲିସର ଚଢ଼ାଉ । କଟକ ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ ଚଢ଼ାଉ ହୋଇଛି । ଏତିକିବେଳେ ଜବତ ହୋଇଛି ୭ଟି ଟ୍ରାକ୍ଟର । ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ଗାଡ଼ିମାଲିକ, ଗାଡି ଚାଳକ ଓ ଘାଟ ଚଳାଉଥିବା କିଛି ବ୍ୟକ୍ତି ରହିଛନ୍ତି ।

ଏହି ଘାଟରେ ବାଲି ଚାଲାଣରେ ବ୍ୟାପକ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ଥିଲା । ଆଜି ଅତର୍କିତ ଭାବରେ କଟକ ସଦର ପୋଲିସର ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା ।

 

Leave A Reply

Your email address will not be published.