Latest Odisha News

BREAKING NEWS

ମିଠା ଦୋକାନୀଙ୍କୁ ହତ୍ୟା ଘଟଣା, ଆଉ ୨ ଗିରଫ

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ଦୋକାନୀ ଜମ୍ବୁ ସାହୁଙ୍କ ହତ୍ୟା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତି । ଏମାନେ ବ୍ୟବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ୟ ଜବତ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮ଜଣଙ୍କୁ ପୋଲିସ ଗିରଫ ହୋଇସାରିଲେଣି । ହତ୍ୟାକାଣ୍ଡର ମୂଳ ଉଦ୍ଦେଶ୍ୟ ପୂର୍ବ ଶତ୍ରୁତା ଓ ବିଜ୍‌ନେସ୍‌ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ,  ଗତ ୪ ତାରିଖରେ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଛକରେ ଜମ୍ବୁଙ୍କୁ ୨ଜଣ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ମୃତ ଜମ୍ବୁ ପୁର୍ବରୁ ଦିଲ୍ଲୀପ ବେହେରାଙ୍କ ଠାରୁ  ଘର ତିଆରି କରିବାକୁ କିଛି ଟଙ୍କା ଧାର ନେଇଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ବଦଳରେ ଜମ୍ବୁ  ଦିଲ୍ଲୀପଙ୍କୁ ଗାଳିଗୁଲଜ କରିଥିଲେ । ଏକଥା ଦିଲ୍ଲୀପର ପୁଅ ଜାଣିବା ପରେ ତାର ସାଙ୍ଗ ଶ୍ରୀତିକ ଓ  ଆଶୁତୋସକୁ କହି ପାନେ ଦେବାପାଇଁ ଯୋଜନା କରିଥିଲେ । ଆଉ ଗତ ୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.