Latest Odisha News

ବାହାନଗା ନିକଟରେ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍

ବାଲେଶ୍ୱର: ସୋର ବାହାନଗା ଷ୍ଟେସନ ନିକଟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍ । ବାହାନଗା ଷ୍ଟେସନ ନିକଟରେ ହାୱଡ଼ା-ଶାଲିମାର ଏକ୍ସପ୍ରେସର ପ୍ରାୟ ୫ଟି ବଗି ଓଲଟି ପଡ଼ିଥିବା ସୂଚନା ମିଳିଛି ।

ଏକାଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ହାୱଡ଼ା-ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ତୁରନ୍ତ ବାଲେଶ୍ୱରରୁ ଓଡ୍ରାଫ ଟିମକୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ତୁରନ୍ତ ଘଟଣାସ୍ଥଳକୁ ଯିବା ଲାଗି ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମୃତାହତଙ୍କ ସଂଖ୍ୟା ନେଇ କୌଣସି ସୂଚନା ମିଳି ନାହିଁ । ତେବେ କିଛି ଯାତ୍ରୀ ଟ୍ରେନ୍ ବଗି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.