Latest Odisha News

BREAKING NEWS

ବାହାଘର ପ୍ରୋସେସନ ବନ୍ଦ କରିବାରୁ ତହସିଲଦାରଙ୍କୁ ଆକ୍ରମଣ

ଗଜପତି : ଗଜପତି ଆର.ଉଦୟଗିରି ଥାନା ଛେଳିଗଡ଼ ଗାଁ ଖ୍ରିଷ୍ଟିୟାନ ସାହିରେ ଅଭାବନୀୟ ଘଟଣା । ବାହାଘର ପ୍ରୋସେସନ ଚାଲିଥିବା ବେଳେ ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକେ । କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ପ୍ରୋସେସନ ଚାଲିଥିଲା । କିନ୍ତୁ ଘଟଣାସ୍ଥଳରେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ସତପଥି ପହଞ୍ଚି କାର୍ଯ୍ୟକ୍ରମକୁ ବାରଣ କରିଥିଲେ । ଯାହାକୁ ନେଇ ଲୋକେ ତହସିଲଦାରଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ତହସିଲଦାର ଦୌଡି ପଳାଇଥିଲେ । ତହସିଲଦାରଙ୍କୁ ଗୁରୁତର ଅବସ୍ଥାରେ ଆର.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.