Latest Odisha News

BREAKING NEWS

IFS ଅଭୟ ପାଠକ ଚାକିରିରୁ ବିଦା: ବାଧ୍ୟତାମୂଳକ ଅବସର ସୁପାରିଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଗିରଫ ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟ ପାଠକଙ୍କ ପାଇଁ ବଢ଼ିଲା ଅଡୁଆ । ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହେବେ । ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ ରାଜ୍ୟ ସରକାର ।

୧୯୮୭ ବ୍ୟାଚ୍ ଆଇଏଫଏସ୍ ଅଫିସର ଅଭୟ ପାଠକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଗତବର୍ଷ ନଭେମ୍ବର ମାସରେ ଗିରଫ ହୋଇଥିଲେ ଅଭୟ ପାଠକ । ୯ କୋଟିରୁ ଅଧିକ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଗିରଫ ହୋଇଥିଲେ । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର । ଏବେ ସେ ଜେଲରେ ଅଛନ୍ତି ।

ପରେ ତାଙ୍କ ପୁଅ ଆକାଶ ପାଠ ଚାକିରି ନାଁରେ ଜାଲିଆତି ଅଭିଯୋଗରେ ଗିରଫ ହୋଇଥିଲେ । ବାପା-ପୁଅଙ୍କ ନାଁରେ ରୁଜୁ ହୋଇଥିଲା ଦୁର୍ନୀତି ସହ ଠକେଇ ମାମଲା । ଚାକିରି ନାଁରେ ଠକେଇ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ବନ୍ଧା ହୋଇଛନ୍ତି । ଦୁର୍ନୀତି ବିରୋଧରେ ସବୁବେଳେ ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର ।

Leave A Reply

Your email address will not be published.