Latest Odisha News

BREAKING NEWS

ଗ୍ଲେସିୟର ତରଳୁଛି, ବନ୍ୟା ଅଶାଙ୍କା ବଢ଼ୁଛି

ନୂଆଦିଲ୍ଲୀ:ଜଳବାୟୁ ପରିବର୍ତନ ଯୋଗୁ ଗ୍ଲେସିୟର ତରଳିବା ବର୍ତମାନ ପରିବେଶବିତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହା ତରଳିବା ଯୋଗୁ ହ୍ରଦ ଏବଂ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଯାହାକି ବନ୍ୟା ଆଶଙ୍କା ସୃଷ୍ଟି କରିଛି । ରିପୋର୍ଟ ମୁତାବକ ବ୍ରିଟେନ, ଅଷ୍ଟ୍ରିଆ,ପେରୁ, ନେପାଳ, ଚୀନ ଓ ଭାରତର ଅଧିକାଂଶ ଅଂଚଳ ଏହା ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ରହିଛି ।

ବିଶ୍ୱରେ ଏବେ ୩୬୨୪ ଗ୍ଲେସିୟଲ ଲେକ୍ସ ସୃଷ୍ଟି ହୋଇ ସାରିଛି । ନେପାଳରେ ସବୁଠାରୁ ଅଧିକ ୧୫୦୯ ଏବଂ ଭାରତରେ ୪୫ ହ୍ରଦ ସୃଷ୍ଟି ହୋଇଛି । ଏହି ହ୍ରଦ ଗୁଡିକର ଜଳସ୍ତର ବିପଦ ସଙ୍କେତ ଛୁଇଁବା ଆରମ୍ଭ କରିଛି । ଆଗକୁ ପରିବେଶ ସୁରକ୍ଷା ପ୍ରତି ସଚେତନ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.