Latest Odisha News

BREAKING NEWS

ଯୁଧିଷ୍ଠିର ସାମନ୍ତରାୟ ମନା କରିବା ପରେ ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ରାଜ୍ୟରେ ୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ନେଇ ଗୁରୁବାର ଦିନ ଓପିସିସି ପକ୍ଷରୁ ସୂଚନା ମିଳିଛି ।

ଏନେଇ ଅଧିସୂଚନା ଜାରି କରାଯାଇନଥିବା ବେଳେ ଅଜିତ ମଙ୍ଗରାଜ ଓ ସ୍ୱାଗତିକା ପଟ୍ଟନାୟକଙ୍କ ନାମ ଯଥାକ୍ରମେ ପିପିଲି ଏବଂ ଖୋର୍ଦ୍ଧା ଆସନ ଲାଗି ଚୂଡାନ୍ତ କରିଛି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସ୍ପଷ୍ଟ କରିଛି ।

ସୂଚନାଯୋଗ୍ୟ ପିପିଲି ବିଧାନସଭା ଆସନରୁ ଦଳ ପକ୍ଷରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଟିକେଟ୍ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ପିପିଲିର ଏହି ପୂର୍ବତନ ବିଧାୟକ ନିର୍ବାଚନ ଲଢିବାକୁ ମନା କରିବା ପରେ ତାଙ୍କ ସ୍ଥାନରେ ଦଳ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି । ଆହୁରି ମଧ୍ୟ ସେ ବିଜେଡି କିମ୍ବା ବିଜେପିରେ ସାମିଲ ହେବେ ନାହିଁ । ଏପରିକି ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଧ୍ୟ ନିର୍ବାଚନ ଲଢିବେ ନାହିଁ ବୋଲି ଯୁଧିଷ୍ଠିର ସାମନ୍ତରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.