Latest Odisha News

BREAKING NEWS

“କହ୍ନେୟାଲାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ବିଜେପି ସଦସ୍ୟ”

ଉଦୟପୁର: ରାଜସ୍ଥାନର ଉଦୟପୁର ସ୍ଥିତ ଟେଲର ଦୋକାନୀ କହ୍ନେୟାଲାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିଜେପି ସଦସ୍ୟ । ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ମିଡିଆ ଅଧ୍ୟକ୍ଷ ପଓ୍ବନ ଖେରା ଏହି ଆରୋପ ସହ ପ୍ରମାଣ ପାଇଁ କିଛି ଫେସବୁକ ଫଟୋ ପୋଷ୍ଟ ସେୟାର କରିଛନ୍ତି ।

ଶନିବାର ପଓ୍ବନ ଖେରା ୪ଟି ଫଟୋ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ରିୟାଜ ଅଖତାରି ବିଜେପି ଉତ୍ତରୀୟ ପକାଇ ପୂର୍ବତନ ମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି ।

ରାଜସ୍ଥାନ ବିଜେପି ପେତା ମହମ୍ମଦ ତାହିରଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ପଓ୍ବନ । ସେଥିରେ ବିଜେପି ନେତା ତାହିର, ରିୟାଜଙ୍କୁ ବିଜେପି ସଦସ୍ୟ କହିଛନ୍ତି ବୋଲି ପଓ୍ବନ ଲେଖିଛନ୍ତି । ପଓ୍ବନ ଏହି ଘଟଣାରେ ଏକ ପ୍ରେନ୍ସ କନଫରେନ୍ସ କରି ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସିଧା ବାଣ ମାରିଛନ୍ତି ।

“ସାମ୍ପ୍ରଦାୟିକ ଉନ୍ମାଦ ଖେଳାଇବାକୁ ନେଇ ଉଭୟ ନେତା କାହିଁକି ଚୁପ୍ ରହିଛନ୍ତି? ବିଜେପି ମୁଖପାତ୍ର ସାଂପ୍ରଦାୟିକ ଉନ୍ମାଦ ଖେଳାଉଛନ୍ତି ବୋଲି ପଓ୍ବନ ସମାଲାେଚନା କରିଛନ୍ତି । କେବେ ଏଭଳି ଜିନିଷ ବନ୍ଦ ହେବ ବୋଲି ପଓ୍ବନ ପ୍ରଶ୍ନ କରିଛନ୍ତି ।”

ବିଜେପି ନେତାଙ୍କ ସହ ରିୟାଜଙ୍କ ସିଧା ସଂପର୍କ ଥିବା କଥା ପଓ୍ବନ କହିଥିଲେ । ରାଜ୍ୟ ବିଜେପିର ଅଳ୍ପ ସଂଖ୍ୟକ ନେତାଙ୍କ ସହ ରିୟାଜ ଅଟ୍ଟାରୀ ବା ଅଖତାରୀଙ୍କ ସଂପର୍କ ଥିବା ପୋଷ୍ଟ ଲେଖିଛନ୍ତି । ଏହା ବ୍ୟତୀତ ପୂର୍ବତନ ମନ୍ତ୍ରୀ ଗୁଲାବଚନ୍ଦ କଟାରିଆଙ୍କ ସହ ସଂପର୍କରେ ଥିବା ଅଭିଯୋଗ ଆଣିଛନ୍ତି ।

ଏହି ଅଭିଯୋଗକୁ ନେଇ ରାଜସ୍ଥାନ ବିଜେପି ଏବଂ ଜାତୀୟ ବିଜେପି ନେତା ଜୋର କରି ବିରୋଧ କରିଛନ୍ତି । ରାଜ୍ୟ ବିଜେପିର ସଂଖ୍ୟାଲଘୁ ନେତା ସାଦିକ ଖାନ୍ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ଯେ, ରିୟାଜ ସହିତ କୌଣସି ସଂପର୍କ ନାହିଁ । କହ୍ନେୟାଲାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିଜେପି ସହ ଜଡ଼ିତ ନୁହନ୍ତି ବୋଲି ସାଦିକ୍ ଗଣମାଧ୍ୟମକୁ କହିଛନ୍ତି ।

ଏହା ବ୍ୟତୀତ, ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି ଯେ, “କଂଗ୍ରେସ ମିଛ ଖବର ଖେଳାଉଛି । ଏହା ଏମିତି ଏକ ଘଟଣା ଯେମିତି ଏଲଟିଟିଇ ସଦସ୍ୟ କଂଗ୍ରେସରେ ସାମିଲ ହୋଇ ରାଜୀବଙ୍କୁ ହତ୍ୟା କଲା ଭଳି ।”

Leave A Reply

Your email address will not be published.