Latest Odisha News

BREAKING NEWS

ଧନୁଷଙ୍କ କ୍ୟାପ୍ଟେନ ମିଲରର ଟିଜର ରିଲିଜ, ଅଳ୍ପ ସମୟ ମଧ୍ୟରେ ହେଲା ଭାଇରାଲ

ମାଡ୍ରାସ: ଦକ୍ଷିଣ ଭାରତର ସୁପରଷ୍ଟାର ଧନୁଷଙ୍କ ଆଗାମୀ ଫିଲ୍ମ କ୍ୟାପ୍ଟେନ ମିଲର ଏବେ ରିଲିଜ ନ ହେବା ପୂର୍ବରୁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇ ସାରିଛି । ଆଜି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଏହା ଖୁବ କମ ସମୟ ମଧ୍ୟରେ ଭାଇରାଲ ହୋଇ ଯାଇଥିଲା । ୧୯୩୦ରୁ୪୦ ଦଶକର ଏହା ଏକ ପରିୟଡ ଡ୍ରାମା ଉପରେ ଆଧାରିତ । ଦକ୍ଷିଣ ଭାରତ ବ୍ୟତୀତ ଧନୁଷ ଉତର ଭାରତ ଏବଂ ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ । ଟିଜରରେ ସେ ମୁହଁରେ କପଡା ବାନ୍ଧି ବାଇକରେ ବସିଛନ୍ତି । ମେକର୍ସଙ୍କ ଅନୁସାରେ ଏଥିରେ ସେ ୩ଟି ଭିନ୍ନ ଭିନ୍ନ ଲୁକରେ ନଜର ଆସିବେ ।

ନିର୍ଦ୍ଦେଶକ ଅରୁଣ ମାଥେଶ୍ୱରନ ଫିଲ୍ମ ନେଇ ବେଶ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଫିଲ୍ମ ଲେଖିଲା ବେଳେ କୌଣସି ହୀରୋକୁ ଆଖି ଆଗରେ ରଖି ନ ଥିଲି । ଧିରେ ଧିରେ କାହାଣୀ ଅନୁସାରେ ଧନୁଷ ଏଥିପାଇଁ ଫିଟ ବୋଲି ଜାଣିପାରିଥିଲି । ଫିଲ୍ମକୁ ଅନ୍ୟ ଭାଷାରେ ଏକ ସଙ୍ଗରେ ରିଲିଜ କରିବା ପାଇଁ ଯୋଜନା ଚାଲିଛି ।

Leave A Reply

Your email address will not be published.