Latest Odisha News

BREAKING NEWS

ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ, ମୋଦିଙ୍କୁ ଦେଖା କଲେନି କେ ସି ଆର୍

ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେନି କେ ସି ଆର୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ହାଇଦ୍ରାବାଦରେ ‘ବିଜେପି’ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଭା ଆୟୋଜନ କରିଛି । ଏହାର ମୂଳ ଲକ୍ଷ୍ୟ ହେଉଛି ତେଲେଙ୍ଗନାରେ ବିଜେପିର ଶକ୍ତି ବୃଦ୍ଧି କରିବା । ଗତ କିଛି ଦିନ ଧରି ତେଲେଙ୍ଗନାରେ ବିଜେପିର ଯୋଶ ବଢ଼ିଥିବାର ଦେଖାଯାଉଛି । ତେବେ ବିଜେପିର ଶକ୍ତି ବୃଦ୍ଧିକୁ ଦେଖି ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ  କଡା ଜବାବ ଦେଇଛନ୍ତି ।

ବିଜେପିର ମୁକାବିଲା କରିବା ଲାଗି ସେ  ମଧ୍ୟ ଏକ ରାଲି ଆୟୋଜନ କରିଥିଲେ ।  ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଉଥିବା ବେଳେ ବିଜେପି  ଏକ ବାଇକ ରାଲି ଆୟୋଜନ କରିଥିଲା ।

ସେପଟେ  ଶାସକ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ (ଟିଆର୍‌ଏସ୍‌) ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଦଳଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ପାଇଁ ଏହାର ଦୁଇଘଣ୍ଟା ପରେ ଆଉ ଗୋଟାଏ ବାଇକ ରାଲି ଆୟୋଜନ କରିଥିଲା ।

 

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସଂଧ୍ୟାରେ ଏକ ସଭାରେ ଭାଷଣ ଦେବାର କାର୍ଯ୍ୟକ୍ରମ ଥିବାବେଳେ ସେହି ସମୟରେ କେ ସି ଆର ମଧ୍ୟ ଏକ ସଭା ରଖିଥିବା ନେଇ ଚର୍ଚା ହେଉଛି ।

ସେପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହାଇଦ୍ରାବାଦରେ ପହଞ୍ଚିଲା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ  ଚନ୍ଦ୍ରଶେଖର ରାଓ,  ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବାକୁ ଆସିନଥିଲେ ।  ଅନ୍ୟପକ୍ଷରେ,  ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିମାନ ବନ୍ଦର ଯାଇ ପାଛୋଟି ଆଣିଥିଲେ ।  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ କଟାକ୍ଷ କରି ଟୁଇଟ କରିଥିଲେ ।   ପ୍ରୋଟୋକଲକୁ ଉଲ୍ଲଂଘନ କରି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଉଭୟ ସିଏମ୍ ଏବଂ ପ୍ରଧାନମନ୍ତ୍ରୀ ଅନୁଷ୍ଠାନକୁ ଅପମାନିତ କରିଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେସିଆରଙ୍କ  ଦୁର୍ନୀତିଗ୍ରସ୍ତ ରାଜନୀତି ଲୁଚି ରହିବ ନାହିଁ ବୋଲି କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

 

Leave A Reply

Your email address will not be published.