Latest Odisha News

BREAKING NEWS

ବଘେଲଙ୍କ ଗଣିତ ଭୁଲ କରିବାକୁ ଅଙ୍କ କଷୁଛନ୍ତି ଶାହା

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଛତିଶଗଡ଼ରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜର ରାଜନୈତିକ କାର୍ଯ୍ୟକ୍ରମକୁ ତୀଵ୍ର କରିଛନ୍ତି।

କଂଗ୍ରେସ ପକ୍ଷରୁ ଅଵ କି ବାର ୭୫ ପାରର ନାରା ଦିଆଯାଇ ରାଜ୍ୟବ୍ୟାପୀ ବାତାବରଣ ତିଆରି ହେଉଛି। ବିଭିନ୍ନ ପ୍ରାନ୍ତରେ କଂଗ୍ରେସ ବୈଠକ କରିବା ସହ ଏହି ନାରାର ବ୍ୟାପକ ପ୍ରଚାର ପ୍ରସାର କରାଉଛି।

ଛତିଶଗଡ଼ର ଜଗଦଲପୁର, ବିଳାଶପୁର ଆଦି ଅଞ୍ଚଳରେ କଂଗ୍ରେସ ପ୍ରାନ୍ତୀୟ ବୈଠକ କରୁଥିବା ବେଳେ ବୈଠକରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, କଂଗ୍ରେସର ପ୍ରଦେଶ ପ୍ରଭାରୀ କୁମାରୀ ଶୈଳଜା ଓ ପିସିସି ସଭାପତି ମୋହନ ମରକାମଙ୍କ ସମେତ ବହୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

ନିର୍ବାଚନ ପୂର୍ବରୁ ଏହି ବୈଠକ ଦଳ ପାଇଁ ବେଶ ଗୁରୁତ୍ୱ ରଖୁଥିବା ବେଳେ ଆଜି ଦୁର୍ଗରେ ବୈଠକ ହୋଇଛି। ଏହା ପରେ ବିଧାନସଭାସ୍ତରୀୟ ବୈଠକ କରାଯିବ। ତେଣୁ ରାଜ୍ୟବ୍ୟାପୀ କଂଗ୍ରେସ ଶାସନକୁ ବଜାୟ ରଖିବା ପାଇଁ ମାହୋଲ ପ୍ରସ୍ତୁତ କରୁଛି।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ୨୦୧୮ ନିର୍ବାଚନ ପୂର୍ବରୁ ଅମିତ ଶାହା ବାରମ୍ବାର ଛତିଶଗଡ଼ ଗସ୍ତ କରିବା ସହ ୬୫ ପାରର ନାରା ଦେଇଥିଲେ। କିନ୍ତୁ ଏହି ନାରା କଂଗ୍ରେସ ପାଇଁ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି।

ସେପଟେ ପିସିସି ସଭାପତି ମୋହନ ମରକାମ ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୫ ବିଧାୟକଙ୍କୁ ନେଇ ସରକାର ଗଢ଼ିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେପଟେ ଛତିଶଗଡ଼ରେ ଆଗାମୀ ବିଧାନସଭା ନିର୍ବାଚନରେ ସର୍ବ ଆଦିବାସୀ ସମାଜ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିବାରୁ ଉଭୟ ବିଜେପି ଓ କଂଗ୍ରେସ ପାଇଁ ଅଡୁଆ ବଢୁଛି। ରାଜ୍ୟର ୨୯ ଟି ବିଧାନସଭା କ୍ଷେତ୍ରରେ ସମାଜ ପ୍ରାର୍ଥୀ ଛିଡା କରାଇବ।

ଯାହାକୁ ରାଜ୍ୟର ରାଜନୀତି ଗଣିତକୁ ଓଲଟପାଲଟ କରିଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ବିଜେପି ମଧ୍ୟ ରାଜ୍ୟରେ ଶାସନକୁ ଫେରିବାକୁ ଯୋଜନା କରୁଥିବା ବେଳେ ଅଧିକ ଲୋକସଭା ସିଟ ଜିତିବାକୁ ରଣନୀତି ପ୍ରସ୍ତୁତ କରୁଛି। ତେଣୁ ଏହି ଲଢେଇ ମଧ୍ୟରେ କିଏ ଅଧିକ ଲାଭ ପାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.