Latest Odisha News

BREAKING NEWS

କର୍ଣ୍ଣାଟକରେ ଯାହା ହୋଇଛି, ମଧ୍ୟପ୍ରଦେଶରେ ସେୟା ହେବ !

ଭୁବନେଶ୍ୱର: କର୍ଣ୍ଣାଟକରେ ଭିନ୍ନ ଷ୍ଟ୍ରାଟେଜି କରି ବଡ଼ ବିଜୟ ପାଇଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶରେ ସମାନ ଢାଞ୍ଚା ଆପଣାଇବା ଆରମ୍ଭ କରିଛି। ଏପରିକି ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବାବେଳେ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ମଧ୍ୟପ୍ରଦେଶରେ ପ୍ରଚାର ପ୍ରସାର ଆରମ୍ଭ କରିଦେଲାଣି।

ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ପୋଷ୍ଟର ମାଧ୍ୟମରେ କର୍ଣ୍ଣାଟକ ମଧ୍ୟପ୍ରଦେଶରେ ସମାନତା ପ୍ରସଙ୍ଗକୁ ନେଇ କାର୍ଡ ପ୍ରସ୍ତୁତ କରାଯାଇଛି। ଏହି କାର୍ଡ଼ରେ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରାଜନୀତି ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି। କର୍ଣ୍ଣାଟକରେ ବିଜେପି ୨୨ ବିଧାୟକଙ୍କୁ କିଣିବା ସହ ସରକାରକୁ ଭାଙ୍ଗିଥିବା କଂଗ୍ରେସ ପକ୍ଷରୁ କାର୍ଡରେ ଦର୍ଶାଯାଇଛି।

ସେହିଭଳି କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନର ସରକାର, ବିଜେପି ମିଛ କହିଥିବା କାର୍ଡରେ କୁହାଯାଇଥିବା ବେଳେ କଂଗ୍ରେସ ଆବଶ୍ୟକ ପ୍ରସଙ୍ଗ ଉପସ୍ଥାପିତ କଲା। ଏପରିକି କର୍ଣ୍ଣାଟକରେ ପରିବର୍ତ୍ତନର ଆବଶ୍ୟକତା ଥିଲା ବୋଲି କୁହାଯାଇଛି।

ସେହିଭଳି ମଧ୍ୟପ୍ରଦେଶରେ ସତ୍ତା ଲୋଭରେ ବିଜେପି ୨୮ ଜଣ ବିଧାୟକଙ୍କୁ କିଣିବା ସହ ସରକାର ଭାଙ୍ଗିଥିବା କୁହାଯାଇଛି। ମଧ୍ୟପ୍ରଦେଶରେ ବିଜେପି ସରକାରକୁ ୫୦ ପ୍ରତିଶତ କମିଶନର ସରକାର ଦର୍ଶାଯିବା ସହ କମଲନାଥଙ୍କୁ ହନୁମାନଙ୍କ ଭକ୍ତ ବୋଲି ଲେଖାଯାଇଛି।

ସେହିଭଳି ଶିବରାଜ ସିଂ ଚୌହାନଙ୍କୁ ଘୋଷଣା ସର୍ବସ୍ୱ ସରକାର ବୋଲି ଦର୍ଶାଯିବା ସହ କଂଗ୍ରେସ ପ୍ରସଙ୍ଗ ସହିତ ଅଛି ବୋଲି କୁହାଯାଇଛି। ତେଣୁ ଏ ସବୁ ସାମଞ୍ଜସ୍ୟ ଥିବାରୁ କର୍ଣ୍ଣାଟକ ଯେଉଁଭଳି ହୋଇଛି ମଧ୍ୟପ୍ରଦେଶରେ ମଧ୍ୟ ସେଭଳି ହେବାକୁ ଯାଉଛି ବୋଲି କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି।

ମଧ୍ୟପ୍ରଦେଶ ମାଙ୍ଗେ କମଲନାଥ ବୋଲି ମଧ୍ୟପ୍ରଦେଶରେ କଂଗ୍ରେସ ପକ୍ଷରୁ ଜୋରଦାର କ୍ୟାମ୍ପେନ ଆରମ୍ଭ ହୋଇଛି। ସେପଟେ କମଲନାଥଙ୍କୁ ମଧ୍ୟପ୍ରଦେଶରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରିଥିବା ବେଳେ କମଲନାଥ ରାଜ୍ୟବ୍ୟାପୀ ସଂଗଠନ ଦୃଢ ପ୍ରକ୍ରିୟା ସହ ପ୍ରଚରରେ ଲାଗି ପଡିଛନ୍ତି।

ଏପରିକି ମହିଳାଙ୍କ ପାଇଁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଓ ମାସିକ ୧୫୦୦ ଟଙ୍କା ସ୍ଵତନ୍ତ୍ର ଯୋଜନା ମାଧ୍ୟମରେ ଦେବାକୁ ଘୋଷଣା କରାଯିବା ସହ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଯାଇଛି। ତେଣୁ ସ୍ୱତନ୍ତ୍ର ଷ୍ଟ୍ରଟେଜି ସହ ଜୋରଦାର ମାହୋଲ ପ୍ରସ୍ତୁତ କରୁଛି ଦଳ।

ତେଣୁ କର୍ଣ୍ଣାଟକରେ ବଡ଼ ବିଜୟ ହାସଲ କରିଥିବା କଂଗ୍ରେସ ସମାନ ଢାଞ୍ଚାରେ ମଧ୍ୟପ୍ରଦେଶରେ କାର୍ଯ୍ୟକୁ ଜୋରଦାର କରୁଥିବାରୁ ଆଗାମୀ ଦିନର ଫଳାଫଳ ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.