ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ସଦସ୍ୟଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏହାକୁ ନେଇ ଲୋକସଭାରେ ହୋହଲ୍ଲା କରିଛନ୍ତି । ସେ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଛନ୍ତି ।
ସଂସଦର ଶୂନ୍ୟକାଳରେ ଅଧିର ରଂଜନ ଚୌଧୁରୀ ବିଜେପି ସଦସ୍ୟ ଅନନ୍ତ ହେଗଡେଙ୍କ ସତ୍ୟାଗ୍ରହ ଏକ ଡ୍ରାମା ମନ୍ତବ୍ୟକୁ କାଉଂଟର କରିବାକୁ ଯାଇ ଏଭଳି କହିଛନ୍ତି । ଏଭଳି ମନ୍ତବ୍ୟକୁ ନେଇ ସଂସଦରେ ହୋ ହଲ୍ଲା ହୋଇଥିଲା । ଏହାପରେ ଏହାକୁ ସଂସଦର କାର୍ଯ୍ୟଧାରାରୁ ହଟାଇ ଦିଆଯାଇଛି ।
ଆଜି ଲୋକସକଭାରେ ଶନୂକାଳରେ ଆରମ୍ଭ ହେବା ମାତ୍ରେ ଅଧିର ରଂଜନ ଚୌଧୁରୀ କହିଥିଲେ ଗାନ୍ଧୀ ହେଉଛନ୍ତି ରାମଙ୍କ ପୂଜାରୀ । ବିଜେପି ରାମଙ୍କ ପୂଜାରୀଙ୍କୁ ଅପମାନ କରିଛି । ଏହାପରେ ସେ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଥିଲେ । ସେପଟେ ବିଜେପି ସାଂସଦମାନେ ଏଭଳି ମତକୁ ବିରୋଧ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁର୍ଦ୍ଦାବାଦର ନାରା ଦେଇଥିଲେ । ସୂଚନାଯୋଗ୍ୟ, ବିଜେପି ସଦସ୍ୟ ଅନନ୍ତ ହେଗ୍ଡେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନକୁ ଏକ ନାଟକ ବୋଲି କହିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।
BREAKING NEWS
- ବକ୍ସ ଅଫିସରେ ଧମାଲ କରୁଛି ଦୃଶ୍ୟମ୍ 3, ୪୦୦ କୋଟି ପାର୍
- ରିୟାଦରେ ଭୟଙ୍କର ଆକ୍ରମଣ:ସାଉଦି ଆରବ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ମିସାଇଲ୍ ମାଡ଼ରେ ୧୨ ମୃତ, ୩୦୦ରୁ ଅଧିକ ଆହତ
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ୪ବର୍ଷରେ ପାଣିରେ ବୁଡି ଗଲାଣି ୩୬୮୪ ଜୀବନ;୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର…
- ମହାବିଦ୍ୟାଳୟ ପରିସରରେ ଵୋମା ମାଡ;କଲେଜ ପରିସରରେ ଭୟର ବାତାବରଣ
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- Attack on Airport:ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆଉ ଏକ ଆକ୍ରମଣ;ବିମାନବନ୍ଦରକୁ କରାଗଲା ଟାର୍ଗେଟ
- ଏହି ଦିନ କଟକଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ

Comments are closed.