ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ସଦସ୍ୟଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏହାକୁ ନେଇ ଲୋକସଭାରେ ହୋହଲ୍ଲା କରିଛନ୍ତି । ସେ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଛନ୍ତି ।
ସଂସଦର ଶୂନ୍ୟକାଳରେ ଅଧିର ରଂଜନ ଚୌଧୁରୀ ବିଜେପି ସଦସ୍ୟ ଅନନ୍ତ ହେଗଡେଙ୍କ ସତ୍ୟାଗ୍ରହ ଏକ ଡ୍ରାମା ମନ୍ତବ୍ୟକୁ କାଉଂଟର କରିବାକୁ ଯାଇ ଏଭଳି କହିଛନ୍ତି । ଏଭଳି ମନ୍ତବ୍ୟକୁ ନେଇ ସଂସଦରେ ହୋ ହଲ୍ଲା ହୋଇଥିଲା । ଏହାପରେ ଏହାକୁ ସଂସଦର କାର୍ଯ୍ୟଧାରାରୁ ହଟାଇ ଦିଆଯାଇଛି ।
ଆଜି ଲୋକସକଭାରେ ଶନୂକାଳରେ ଆରମ୍ଭ ହେବା ମାତ୍ରେ ଅଧିର ରଂଜନ ଚୌଧୁରୀ କହିଥିଲେ ଗାନ୍ଧୀ ହେଉଛନ୍ତି ରାମଙ୍କ ପୂଜାରୀ । ବିଜେପି ରାମଙ୍କ ପୂଜାରୀଙ୍କୁ ଅପମାନ କରିଛି । ଏହାପରେ ସେ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଥିଲେ । ସେପଟେ ବିଜେପି ସାଂସଦମାନେ ଏଭଳି ମତକୁ ବିରୋଧ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁର୍ଦ୍ଦାବାଦର ନାରା ଦେଇଥିଲେ । ସୂଚନାଯୋଗ୍ୟ, ବିଜେପି ସଦସ୍ୟ ଅନନ୍ତ ହେଗ୍ଡେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନକୁ ଏକ ନାଟକ ବୋଲି କହିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।
BREAKING NEWS
- Hylo Open 2026:ଭାରତ ପାଇଁ ଦ୍ୱିଗୁଣ ଖୁସି: ପି.ଭି. ସିନ୍ଧୁଙ୍କ ପରେ ଲକ୍ଷ୍ୟ ସେନ୍ ଜିତିଲେ ହାଇଲୋ ଓପନ୍ ଟାଇଟଲ୍
- ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
- ୭୦ ବର୍ଷ ପୁରଣା ରହସ୍ୟ! ଏହି ସହରରେ ମରିବା ସମ୍ପୂର୍ଣ୍ଣ ମନା
- ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
Comments are closed.