Latest Odisha News

BREAKING NEWS

ଗୃହରେ ବିରୋଧୀ ଉଠାଇଲେ ଡ୍ରାଇଭର ସଂଘର ଦାବି; ମନ୍ତ୍ରୀ କହିଲେ କମିଟି କରିବ ଆଲୋଚନା

ଭୁବନେଶ୍ୱର: ଷ୍ଟିଅରିଂ ଛାଡି ରାଜରାସ୍ତାରେ ବସିଛନ୍ତି ଡ୍ରାଇଭର । ମାଟ୍ରିକ ପରୀକ୍ଷା ଚାଲିଥିବାବେଳେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଲୋକେ । ତେଣୁ ତୁରନ୍ତ ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଗୃହର ଶୂନ୍ୟକାଳରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ନରସିଂହ କହିଥିଲେ, ସରକାର ସେମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ଫିଟାନ୍ତୁ । ଶ୍ରୀ ମିଶ୍ର ପ୍ରାଥମିକ ଶିକ୍ଷକଙ୍କୁ ଆନ୍ଦୋଳନ ପାଇଁ ଅନୁମତି ନ ମିଳିବା ଘଟଣାକୁ ନିନ୍ଦା କରିବା ସହ ଏହା ଅଗଣତାନ୍ତ୍ରିକ ବୋଲି କହିଛନ୍ତି ।
ଏହା ଉପରେ ପ୍ରତିକ୍ରିୟା ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ଏହାକୁ ନେଇ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଡ୍ରାଇଭର ସଂଘର ଦାବିକୁ ଆଲୋଚନା କରାଯିବ  । ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ସେମାନଙ୍କ ଦାବିକୁ ବିଚାର କରୁଛନ୍ତି । ତେଣୁ ଖୁବ ଶୀଘ୍ର ସମାଧାନାର ବାଟ ଫିଟିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷେ ଡ୍ରାଇଭର ସଂଘର ଧର୍ମଘଟକୁ ନେଇ ପ୍ରତିକ୍ରିୟା ରଖି ବାଣିଜ୍ୟ ଓ ପରିବହନ ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢୀ କହିଛନ୍ତି ଆଲୋଚନା ମାଧ୍ୟମରେ ସବୁ ଦାବି ସରକାର ସମାଧାନ କରିବାକୁ ପ୍ରସ୍ତୁତ ଅଛନ୍ତି   ।

ସୂଚନାଥାଉ କି, ୧୦ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ । ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା,   ବୀମା, ପେନ୍‌ସନ୍, ରାସ୍ତାର ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ଆଦି ପାଇଁ ଦାବି କରିଛି ମହାସଂଘ ।  ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଥିଲେ ହେଁ କିଛି ଫଳ ନ ମିଳିବାରୁ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ ।

 

Leave A Reply

Your email address will not be published.