Latest Odisha News

BREAKING NEWS

ସଲମାନଙ୍କୁ ପୁଣି ଧମକ ଦେଲେ ଲରେନ୍ସ ବିଶ୍ନୋଇ

ମୁମ୍ବାଇ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ଜେଲରେ ଥାଇ ପୁନର୍ବାର ସଲମାନ ଖାଁଙ୍କୁ ଧମକ ଦେଇଛନ୍ତି । ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ବିଶ୍ନୋଇ ସମାଜକୁ ଯଦି ସଲମାନ କ୍ଷମା ନ ମାଗିବେ ତାହାହେଲେ ପରିଣାମ ଭୋଗିବାକୁ ପ୍ରସ୍ତୂୁତ ରହିବେ । କୃଷ୍ଣସାର ମୃଗ ଶୀକାର କରି ସଲମାନ ବିଶ୍ନୋଇ ସମାଜକୁ ଅପମାନ କରିଛନ୍ତି । ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ମାତ୍ର ସେ ଏ ପର୍ଯ୍ୟନ୍ତ ଏହି ଘଟଣାରେ କ୍ଷମା ମାଗି ନାହାନ୍ତି ବୋଲି ସିଦ୍ଧୁ ମୁସେୱାଲ ମର୍ଡର କେସର ଅଭିଯୁକ୍ତ ଲରେନ୍ସ କହିଛନ୍ତି । ପିଲା ବେଳୁ ମୋର ସଲମାନଙ୍କ ପ୍ରତି ରାଗ ଅଛି । ସେ ଆମ ସମାଜ ପ୍ରତି ଅନ୍ୟାୟ କରିଛନ୍ତି । ତାଙ୍କ ଅହଂକାର ନ ଭାଙ୍ଗିବା ପର୍ଯ୍ୟନ୍ତ ମୁଁ ଚୁପ ବସିବି ନାହିଁ ।

ଆମ ସମାଜରେ ଜୀବ, ଜନ୍ତୁ ଓ ବୃକ୍ଷଙ୍କୁ ପୂଜା କରାଯାଇ ଥାଏ । ସଲମାନ ଆମ ସମାଜର ମନ୍ଦିର ଜମ୍ଭେଶ୍ୱରଜୀଙ୍କ ନିକଟରେ ଆସି କ୍ଷମା ମାଗିବେ । ଆମ ଲୋକମାନେ ତାଙ୍କୁ କ୍ଷମା କରିଦେଲେ ମୋର କିଛି ଆପତି ନାହିଁ ବୋଲି ସେ କହିଛନ୍ତି । ୧୯୯୮ରେ କୃଷ୍ଣସାର ମୃଗ ଶୀକାର ମାମଲାରେ ସଲମାନଙ୍କୁ ଜେଲ ହୋଇଥିଲା । ପରେ ଅବଶ୍ୟ ତାଙ୍କୁ ଏଥିରେ ଜାମିନ ମିଳିଥିଲା ।

Leave A Reply

Your email address will not be published.