Latest Odisha News

BREAKING NEWS

କଂଗ୍ରେସରୁ ଆସିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଉଛି ବିଜେପି

ନିର୍ବାଚନ ପୂର୍ବରୁ ରଣନୀତି ବଦଳାଉଛି ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ନେତାଙ୍କ କାଟତି ବଢୁଛି । ସେମାନଙ୍କ ହାତରେ ବିଭିନ୍ନ ରାଜ୍ୟର କମାଣ ହେଉଛି ବିଜେପି । ଆସାମ ପରେ ଏବେ ତ୍ରିପୁରା । ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଗାଦିରେ ହିମନ୍ତ ବିଶ୍ୱଶର୍ମାଙ୍କୁ ବସାଇଥିଲା ବିଜେପି । ସେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏବେ ତ୍ରିପୁରା ମୁଖ୍ୟମନ୍ତ୍ରୀ ହେବେ ମାଣିକ ଶାହା । ସେ ବି ୬ ବର୍ଷ ତଳେ କଂଗ୍ରେସ ସହ ସମ୍ପର୍କ କାଟି ପଦ୍ମ ଧରିଥିଲେ ।

ବିପ୍ଳବ ଦେବ ଅଚାନକ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ରାଜ୍ୟରେ ବିଧାନସଭା ନିର୍ବାଚନକୁ ବର୍ଷେ ଥିବା ବେଳେ ହଠାତ୍ ବଦଳିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ୬୯ ବର୍ଷୀୟ ମାଣିକ ଶାହା । ବିପ୍ଳବ ଦେବ ପଦ ଛାଡ଼ିବାର କିଛି ଘଣ୍ଟା ଭିତରେ ତାଙ୍କ ନାଁରେ ମୋହର ମାରିଥିଲା ବିଜେପି କେନ୍ଦ୍ରୀୟ ନେତୃତ୍ୱ ।
ମାଣିକ ଶାହା, ନବନିଯୁକ୍ତ ମୁଖ୍ୟମନ୍ତ୍ରୀ, ତ୍ରିପୁରା

                                                                            ମାଣିକ ଶାହା

ପେଶାରେ ଜଣେ ଦନ୍ତ ଚିକିତ୍ସକ ମାଣିକ ଶାହ । ୨୦୧୬ରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ୨୦୨୦ ମସିହାରେ ତାଙ୍କୁ ତ୍ରିପୁରା ବିଜେପି ସଭାପତି ନିଯୁକ୍ତ କରାଯାଇଥିଲା । ଚଳିତବର୍ଷ ମାର୍ଚ୍ଚରେ ତାଙ୍କୁ ଦଳ ପଠାଇଥିଲା ରାଜ୍ୟସଭା । ଆସନ୍ତାବର୍ଷ ତ୍ରିପୁରା ବିଧାନସଭା ନିର୍ବାଚନ । ତାଆଗରୁ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଛି ବିଜେପି । କୁହାଯାଉଛି, ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନକୁ ଓହ୍ଲାଇପାରେ ବିଜେପି । ଯେମିତି ଉତ୍ତରାଖଣ୍ଡରେ ହେଲା ।
ହିମନ୍ତ ବିଶ୍ୱଶର୍ମା, ଆସାମ ମୁଖ୍ୟମନ୍ତ୍ରୀ

                                                                   ହିମନ୍ତ ବିଶ୍ୱଶର୍ମା

ପୂର୍ବରୁ ଆସାମରେ ହିମନ୍ତ ବିଶ୍ୱଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ସେ ବି କଂଗ୍ରେସରୁ ଆସିଥିଲା । ଆସାମରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ପାଇଁ ବହୁ କସରତ କରିଥିଲେ ହିମନ୍ତ । ଭେଟେରାନ୍ ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତଙ୍କ ହାତରେ ଆସାମ ଶାସନ ଡୋରି ଦେଇଥିଲା ବିଜେପି । ପ୍ରତିବଦଳରେ ସର୍ବାନନ୍ଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ମିଳିଲା । ଚର୍ଚ୍ଚା ହେଉଛି ବିପ୍ଳବ ଦେବଙ୍କୁ ବି ରାଜ୍ୟସଭା ପଠାଇପାରେ ଦଳ ।

ଏନ୍. ବୀରେନ୍ ସିଂ, ମଣିପୁର ମୁଖ୍ୟମନ୍ତ୍ରୀ

୨୦୧୬ରେ କଂଗ୍ରେସକୁ ବାଏ ବାଏ କହିଥିଲେ । ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ହାତ ସହ ସମ୍ପର୍କ କାଟି ପଦ୍ମ ଧରିଥିଲେ । ୧୫ ବର୍ଷ ପରେ ମଣିପୁରରେ ଅଣକଂଗ୍ରେସ ସରକାର ଗଠନ ହୋଇଥିଲା । ବିଜେପି ଏନ୍. ବୀରେନ୍ ସିଂଙ୍କୁ ହାତରେ ଦେଇଥିଲେ ମଣିପୁର ଶାସନ କ୍ଷମତା । ସେ ହୋଇଥିଲେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ୨୦୨୨ ନିର୍ବାଚନରେ ବି ତାଙ୍କ ନେତୃତ୍ୱରେ ବିଜେପି କ୍ରମାଗତ ଦ୍ୱିତୀୟ ଥର ସରକାର ଗଢ଼ିଛି ।

Leave A Reply

Your email address will not be published.