Latest Odisha News

BREAKING NEWS

୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ

ଉତ୍ତରପ୍ରଦେଶ  : ପ୍ରେମ ଯୋଗୁ ନାରକୀୟ କାଣ୍ଡ ଘଟାଇଛି ଯୁବକ । ଯାହା ଦେଖିଲେ ଆଉ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଏକତରଫା ପ୍ରେମ କରି ଯୁବକ ଜଣକ ଘଟାଇଛନ୍ତି ଜଘନ୍ୟ କାଣ୍ଡ ।  ୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ ।

ଏକତରଫା ପ୍ରେମର ପରିଣତି କେତେ ଭୟଙ୍କର ହୋଇପାରେ ତା’ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରୁ ଆସିଥିବା ଖବର ମୁତାବକ, ଏକତରଫା ପ୍ରେମରେ ପଡି ଜଣେ ଯୁବକ ପ୍ରେମିକା ସହ ତାଙ୍କ ପରିବାରର ୪ଜଣଙ୍କୁ ପେଟ୍ରୋଲ ପକାଇ ଜାଳିଦେଇଛି । ଏହାପରେ ନିଜେ ଆତ୍ମହତ୍ୟା କରିଛି ପ୍ରେମିକ ଯୁବକ ।

ଯୁବକ ଜଣକ ଅଚଲପୁର ଗାଁର ରାମନାଥଙ୍କ ୧୮ ବର୍ଷର ଝିଅକୁ ବିବାହ କରିବାକୁ ତାଙ୍କ ଉପରେ ଚାପ ପକାଉଥିଲେ ହେଲେ ଏଥିରେ ଉଭୟ ଝିଅ ଓ ତାଙ୍କ ବାପା ରାଜି ନହେବାରୁ ଯୁବକ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିଲା । ଏହି ଅଘଟଣର ଶିକାର ହୋଇଥିବା ୪ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.