Latest Odisha News

BREAKING NEWS

[ଭିଡ଼ିଓ] ଝିଅ କାନ୍ଧରେ ମାଆର ଶେଷ ଯାତ୍ରା

ପୁରୀ: କଳି ଯୁଗର କୁଳାଙ୍ଗାର ପୁଅ । ପରିଣତ ବୟସରେ କୋଳ ପୋଛା ପୁଅ ପର କରିଦେଲା ଜନ୍ମ କଲା ମାଆକୁ । ଲହୁ ଲୁହକୁ ଏକାଠି କରି ଛୋଟରୁ ବଡ଼ କରିଥିବା ମାଆକୁ ଶେଷ ସମୟରେ ପଚାରିଲାନି । ହେଲେ ଶେଷରେ ମାଆକୁ କାନ୍ଧ ଦେଇଛନ୍ତି ୪ ଝିଅ । ନିଜେ ମାଆର ମୃତ ଦେହକୁ ସ୍ୱର୍ଗ ଦ୍ୱାର ବୋହି ନେଇ ସେଠାରେ ଅନ୍ତିମ ସଂସ୍କାର କରିଛନ୍ତି ।

ଏ ଥିଲା ନୂଆ ବର୍ଷର ପ୍ରଥମ ସକାଳର ଦୃଶ୍ୟ । ପୁରୀ ମଙ୍ଗଳାଘାଟର ୮୦ ବର୍ଷୀୟା ଜଟି ସାହୁ । ଜଟିଙ୍କର ଦୁଇ ପୁଅ ଅଛନ୍ତି । ବଞ୍ଚିଥିବା ବେଳେ କେହି ଖାଇବାକୁ ଦିମୁଠା ଦେଉନଥିଲେ କି ପଚାରୁନଥିଲେ । ଭୋକ ଉପାସରେ ରହି ବୃଦ୍ଧା ମାଆଟିର ଶେଷରେ ମୃତ୍ୟୁ ହୋଇଯାଇଥିଲା । ତଥାପି ନିର୍ଦ୍ଦୟ ପୁଅଙ୍କର ହୃଦୟ ଟିକେ ବି ତରଳିଲାନି।

ମାଆର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଘରକୁ ଆସିଲେନି । ଶେଷରେ ମାଆକୁ ନିଜ କାନ୍ଧରେ ୪ କିଲୋମିଟର ଯାଏ ବୋହି ନେଇ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିଛନ୍ତି ।

ମାଆର ଋଣକୁ କେହି ଶୁଝି ପାରନ୍ତି ନାହିଁ । କିନ୍ତୁ ଏଠି ସ୍ୱାର୍ଥପର ଓ ବିବେକହୀନ ପୁଅଙ୍କ ପାଖରେ ହଜିଯାଇଛି ମଣିଷ ପଣିଆ। ମୃତ୍ୟୁ ପରେ ବି ହତାଦର ହୋଇ ଶେଷରେ ଝିଅ ମାନଙ୍କ କାନ୍ଧରେ ଶେଷ ଯାତ୍ରା କରିଛି ମାଆ।

Leave A Reply

Your email address will not be published.