Latest Odisha News

ମୋଟର ଗ୍ୟାରେଜରେ ରାହୁଲ ଗାନ୍ଧୀ; ହାତରେ ସ୍କୃ ଡ୍ରାଇଭର ଧରି ସଜାଡିଲେ ବାଇକ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବହୁରୂପୀ ବେଶ । କେତେବେଳେ କେଉଁଠି ପହଞ୍ଚି ଯାଉଛନ୍ତି, କେଉଁ ରୂପରେ ପହଞ୍ଚୁଛନ୍ତି ଏବଂ କ’ଣ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ । କେତେବେଳେ ଚାଲି ଚାଲି ଭାରତ ଯୋଡ ଯାତ୍ରାରେ ବୁଲୁଛନ୍ତି ତ କେତେବେଳେ ଦେଶବିଦେଶରେ ଟ୍ରକରେ ବସି ବୁଲୁଛନ୍ତି । କେତେବେଳେ କଲେଜ ହେଷ୍ଟେଲରେ ଛାତ୍ରଙ୍କ ଗହଣରେ ଡିନର କରୁଛନ୍ତି ତ କେତେବେଳେ ଠେଲା ଗାଡିବାଲା ପାଖରେ ଗୁପଚୁପ, ତରଭୁଜ ଖାଉଛନ୍ତି।

ହେଲେ ଏବେ ରାହୁଲ ଏମିତି ଏକ ବେଶରେ ସାମ୍ନାକୁ ଆସିଛନ୍ତି ଯାହା ଶୁଣିଲେ ବିଶ୍ୱାସ କରିହେବନି । ଏଥର ରାହୁଲଙ୍କୁ ଏକ ମୋଟର ଗ୍ୟାରେଜରେ ଦେଖିବାକୁ ମିଳିଛି । ଖାଲି ଦେଖିବାକୁ ନୁହେଁ, ସେଠାରେ ତଳେ ବସି ସ୍କୁ ଡାଇଭର ଧରି ଏକ ବାଇକ ସଜାଡୁଥିବା ପୋଜରେ ଦେଖିବାକୁ ମିଳିଛି ।

ଗତକାଲି ଅର୍ଥାତ ଜୁନ ୨୭ ତାରିଖ ମଙ୍ଗଳବାର ରାଜଧାନୀ ଦିଲ୍ଲୀର କରୋଲ ବାଗରେ ଥିବା ସାଇକେଲ ମାର୍କେଟରେ ପହଞ୍ଚିଥିଲେ ରାହୁଲ । ସେଠାରେ ଏକ ମୋଟରଗ୍ୟାରେଜକୁ ଯାଇ ବାଇକ ମରାମତି କରୁଥିବା ଫଟୋ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି ରାହୁଲ । ଗୋଟିଏ ଫଟୋରେ ସେ ଏକ ପାର୍ଟସ ଧରି ମେକାନିକଙ୍କ ପରି ଦେଖୁଛନ୍ତି । ଅନ୍ୟଏକ ଫଟୋରେ ମେକାନିକ ହୋଇ ସ୍କୁ ଡାଇଭର ଧରି ଗାଡି ସଜାଡୁ ଥିବା ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ଚଳିତବର୍ଷ ମେ’ ୨୩ ତାରିଖରେ ରାହୁଲ  ଏକ ଟ୍ରକରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଟ୍ରକରେ ସେ ଅମ୍ବାଲାରୁ ଚଣ୍ଡୀଗଡ ପର୍ଯ୍ୟନ୍ତ ଆସିଥିଲେ । ଏହି ସମୟରେ ସେ ଟ୍ରକ ଡ୍ରାଇଭର ସହ ତାର କଥାବାର୍ତ୍ତା କରି ସୁଖଦୁଃଖ ପଚାରି ବୁଝିଥିଲେ ।

ସେହିପରି ଜୁନ ୧୨ ତାରିଖରେ ଆମେରିକା ଗସ୍ତରେ ଥିବାବେଳେ ବି ଟ୍ରକ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ଜୁନ ୧୧ ୨୦୨୩ରେ କର୍ଣ୍ଣାଟକ ନିର୍ବାଚନରେ ଏକ ସଂଖ୍ୟାଗରିଷ୍ଠତା ପାଇଥିବା ଖୁସିରେ ନିଜ ପ୍ରତିଶ୍ରୁତି ରକ୍ଷା କରି ମହିଳାଙ୍କ ପାଇଁ ଫ୍ରି ବସ ଯାତ୍ରା ବ୍ୟବସ୍ଥା କରିଥିଲେ । ଏହି ଅବସରରେ ରାହୁଲ ବି ମହିଳାଙ୍କ ସହ ବସ ଯାତ୍ରା କରିଥିଲେ ।

ଏପ୍ରିଲ ୧୮ ତାରିଖରେ ରାହୁଲ ଦିଲ୍ଲୀର ବଙ୍ଗାଳୀ ମାର୍କେଟ ଯାଇ ସେଠାରେ ଗୁପଚୁପ ଖାଇଥିଲେ ଏବଂ ଚାନ୍ଦନୀଚୌକର ଜାମା ମସଜିଦ ନିକଟରେ ତରଭୁଜ ଖାଇଥିଲେ ।  ଡିସେମ୍ବର ୧୫ ୨୦୨୨ରେ ଭାରତ ଯୋଡ ଯାତ୍ରାରେ ରାଜସ୍ଥାନର ଦୌସାରେ ଏକ ଚାଷୀ ଘରକୁ ଯାଇ ସେଠାରେ ଘାସକଟା ମେସିନରେ ମହିଳାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ୨୦୨୨ ଡିସେମ୍ବର ୧୧ରେ ବଳଦଗାଡିରେ ବସି ବୁଲୁଥିବା ଦେଖିବାକୁ ମିଳିଥିଲା । ସେହିପରି କେରଳ-ତାମିଲନାଡୁ ସୀମାରେ ଏକ ଚା’ ଦୋକାନରେ ଚା ଏବଂ ପକୁଡି ଖାଉଥିବା ଦେଖିବାକୁ ମିଳିଥିଲ ।

Leave A Reply

Your email address will not be published.