Latest Odisha News

କେନ୍ଦୁଝର ଟ୍ରକ ଦୁର୍ଘଟଣା , ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଗତ ରାତିରେ କେନ୍ଦୁଝର ଜିଲ୍ଲା ଷଠୀଘର ନିକଟରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ହୋଇଥିବା ୫ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ପ୍ରାଣ ହରାଇଥିବା ୫ଜଣ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସହାୟତା ବାବଦକୁ ପ୍ରତ୍ୟକ ମୃତକଙ୍କ ପରିବାରକୁ ସରକାରଙ୍କ ରିଲିଫ୍ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯିବ । ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି  ।

ଗତକାଲି ରାତିରେ ହରିଚନ୍ଦନପୁର ବ୍ଲକ୍ ଜଘିଂରା ନିକଟସ୍ଥ ମାନପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ କେନ୍ଦୁଝର ଯାଉଥିଲେ । ରାସ୍ତାରେ ରୋଷଣୀ କରି ଯାଉଥିବା ବେଳେ NH-୨୦ର ଷଠୀଘର ନିକଟରେ ଶୁଆକାଟୀ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବରଯାତ୍ରୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ଜଣ ବରଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.