Latest Odisha News

BREAKING NEWS

ଆରଏସଏସ ପୋଷାକରେ ନିଆଁ ଲଗାଇ ଟୁଇଟ କଲା କଂଗ୍ରେସ

ଭୁବନେଶ୍ୱର :  ଦେଶ ରାଜନୀତିରେ କଂଗ୍ରେସର ଭାରତ  ଯୋଡ଼ୋ ଯାତ୍ରା କୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି  ।  ଏହି ଯାତ୍ରା ଦିନକୁ ଦିନ ଯେତେ ଆଗକୁ ଯାଉଛି କଂଗ୍ରେସ ନିଜ ସ୍ଥିତିକୁ ସେତେ ଶକ୍ତିଶାଳୀ କରିବାରେ ଲାଗିଛି  । କଂଗ୍ରେସର ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେପି ଏହି ପଦଯାତ୍ରାକୁ ନେଇ ପ୍ରତ୍ୟକ ଦିନ ସମାଲୋଚନା କରିଚାଲିଛି  । ବିଜେପି ସୋସିଆଲ ମିଡିଆରେ କେବେ ରାହୁଲ ଗାନ୍ଧୀଙ୍କ ଟି ସାର୍ଟର ଦାମକୁ ନେଇ ତ କେବେ ବିଳାସପୂର୍ଣ୍ଣ କଣ୍ଟେନର ର ଭିଡିଓ ସେୟାର କରି ସମାଲୋଚନା କରୁଛନ୍ତି  ।

ତେବେ  କଂଗ୍ରେସର ଏକ ଟୁଇଟ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କଂଗ୍ରେସ ନିଜ ଅଫିସିଆଲ୍ ଟ୍ୱିଟର ପେଜରେ ଏକ ଟ୍ବିଟ କରିଛି, ଯେଉଁଥିରେ ଆରଏସଏସ ପୋଷ‌ାକରେ ନିଆଁ ଲାଗିଥିବାର ଫଟୋ ଦେଖିବାକୁ ମିଳିଛି। ଏହି ଫଟୋ ମାଧ୍ୟମରେ  କଂଗ୍ରେସ, ଆରଏସଏସ-ବିଜେପିକୁ ଟାର୍ଗେଟ କରିଛି। ଆଉ ମାତ୍ର ୧୪୫ଦିନ ମଧ୍ୟରେ ଦେଶ ବିଜେପି-ଆରଏସଏସ ମୁକ୍ତ ହେବ ବୋଲି କହିଛି କଂଗ୍ରେସ।

ତେବେ କଂଗ୍ରେସର ଏଭଳି ଟ୍ବିଟର ଜବାବ ଦେଇଛି ବିଜେପି। ବିଜେପି ଯୁବ ମୋର୍ଚ୍ଚାର ସଭାପତି ତେଜସ୍ୱୀ ସୂର୍ଯ୍ୟା ଟୁଇଟ କରି ଲେଖିଛନ୍ତି ୧୯୮୪ ରେ କଂଗ୍ରେସର ଅଗ୍ନି ଦିଲ୍ଲୀକୁ ଜାଳି ଦେଇଥିଲା। ୨୦୦୨ରେ ଗୋଧ୍ରା  ଜୀବନ୍ତ ୫୯ କର ସେବକଙ୍କୁ  ପୋଡି ଦେଇଥିଲେ । କଂଗ୍ରେସ ପୁନର୍ବାର ହିଂସା ପାଇଁ ଆହ୍ୱାନ ଦେଇଛନ୍ତି। ଏଭଳି ଟ୍ବିଟ ପରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ଭାରତ ଜଳାଓ ଯାତ୍ରା ବୋଲି କହିଛି ବିଜେପି।

ସୂଚନାଯୋଗ୍ୟ ଯେ କଂଗ୍ରେସ ନିଜ ପୋଷ୍ଟରେ ଲେଖିଛି  ଆମେ ଦେଶକୁ ଘୃଣ୍ୟ ପରିବେଶରୁ ମୁକ୍ତ କରିବା ଏବଂ ବିଜେପି-ଆରଏସଏସ ଦ୍ୱାରା ଦେଶର ହୋଇଥିବା କ୍ଷତିର ଭରଣା କରିବା ପାଇଁ ଆଗେଇ ଆସିଛୁ। ଧୀରେ ଧୀରେ ଆମେ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବୁ। ଏଭଳି ଲେଖିବା  ସହ କଂଗ୍ରେସ ଏକ ଫଟୋ ସେୟାର କରିଛି, ଯେଉଁଥିରେ ଆରଏସଏସ ୟୁନିଫର୍ମର ପ୍ୟାଣ୍ଟରେ ନିଆଁ ଲାଗିଥିବା ଦେଖାଯାଇଛି। ତେବେ ଏହାକୁ ନେଇ ଏବେ ରାଜନୀତି ଜୋରଦାର ହେବାରେ ଲାଗିଛି  ।

 

 

 

 

 

 

 

 

 

 

Leave A Reply

Your email address will not be published.