Latest Odisha News

ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ, ବିପଦରେ ବସୁଛନ୍ତି କୁନି ଛୁଆ

କାମକ୍ଷାନଗର: ଅଧା ଛପର ନଥିବା ଚାଳ ଘର । ଚାଳ ଛପର ଅଧା ଉଡ଼ି ଯାଇଥିବା ବେଳେ କାନ୍ଥରେ ବି ବଳ ନାହିଁ । କେତେବେଳେ ଭୁଶୁଡ଼ି ପଡ଼ିବ କହିବା ମୁସ୍କିଲ୍ । ତଥାପି ଏଭଳି ବିପଦସଂକୁଳ ଅବସ୍ଥାରେ ଅଙ୍ଗନୱାଡ଼ି ପିଲାଙ୍କୁ ପଢ଼ା ଯାଉଛି । ଆଉ ୟେ ହେଉଛି ପିଲାଙ୍କ ପାଇଁ ୭ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ଅଙ୍ଗନୱାଡ଼ି କୋଠା । ଏଠି କିନ୍ତୁ ତାଲା ପଡ଼ିଛି ।

ଏ ଦୃଶ୍ୟ ହେଉଛି କଙ୍କଡ଼ାହାଡ଼ ବ୍ଲକ କୁଟୁରିଆ ପଞ୍ଚାୟତ ବାଘମୁଣ୍ଡା ଗାଁ ଅଙ୍ଗନୱାଡ଼ି କେନ୍ଦ୍ରର । ୨୦୨୦ ମସିହାରେ ୭ ଲକ୍ଷ ଟଙ୍କାରେ ଏହା ନିର୍ମାଣ ହୋଇଥିଲା । ହେଲେ ଠିକାଦାର ଅବଶିଷ୍ଟ ୪ ଲକ୍ଷ ଟଙ୍କା ପାଇ ନଥିବାରୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ହସ୍ତାନ୍ତର କରୁ ନାହାନ୍ତି । ବକେୟା ଟଙ୍କା ପାଇଁ ଠିକାଦାର ପଞ୍ଚାୟତ କନିଷ୍ଠ ଯନ୍ତ୍ରୀଙ୍କ ସହ କଙ୍କଡ଼ାହାଡ଼ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ଅଧିକାରିଣୀଙ୍କୁ ଜଣାଇଛନ୍ତି । ତଥାପି କେହି ଦୃଷ୍ଟି ଦେଉ ନାହାନ୍ତି ।

ନବନିର୍ମିତ ଘର ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ କୁନି କୁନି ଛୁଆ ବିପଦରେ ବସି ପାଠ ପଢ଼ୁଛନ୍ତି । ଏନେଇ କାମାକ୍ଷାନଗର ପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ତୁରନ୍ତ ଘର ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ବାଜିରେ ଲାଗିଛି କୋମଳମତି ଛୁଆଙ୍କ ଜୀବନ ।

Leave A Reply

Your email address will not be published.