Latest Odisha News

BREAKING NEWS

‘ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌’

ଭୁବନେଶ୍ୱର: ନିର୍ବାଚନ ପାଇଁ ସାମ୍ନାକୁ ଆସୁଛି ପ୍ରାର୍ଥୀ ତାଲିକା । ବିଜେପି ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ, କିନ୍ତୁ ପଛରେ ପଡ଼ିଯାଇଛି କଂଗ୍ରେସ । କଂଗ୍ରେସ କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ, ଏହାରି ଭିତରେ ସୂଚନା ଦେଇଛନ୍ତି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ।

ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ଭକ୍ତ ଦାସ । ଏହାସହ ସେ ନିଜେ ନର୍ଲାରୁ ବିଧାନସଭା ଟିକେଟରେ ଲଢିବେ ବୋଲି କହିଛନ୍ତି ।

ତେବେ ମାର୍ଚ୍ଚ ୨୨ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତ କରିଛି ।

Leave A Reply

Your email address will not be published.