Latest Odisha News

BREAKING NEWS

ଶେଷରେ ଆଖି ବୁଜିଲେ ଢେଙ୍କାନାଳର ଯୋଡ଼ା ଶିଶୁକନ୍ୟା

କଟକ : କଟକ ଶିଶୁଭବନରେ ଚିକିତ୍ସାଧିନ ଢେଙ୍କାନାଳର ଯୋଡ଼ା ଶିଶୁକନ୍ୟା ଶେଷରେ ଆଖି ବୁଜିଛନ୍ତି । ଡାକ୍ତର ମାନଙ୍କ ବହୁ ଚେଷ୍ଟା ପରେ ମଧ୍ୟ ଏହି ଯୋଡା ଶିଶୁଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ ।

ଗୋଟିଏ ହୃଦୟ ଥିବାରୁ ହୃଦଘାତ କାରଣରୁ ଏହି ଯୋଡ଼ା ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଥିବା ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ ସୂଚନା ଦେଇଛନ୍ତି।

ମିିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଶିଶୁ ଖାଦ୍ୟ ଗ୍ରହଣ କରୁନଥିଲେ। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ଅଧିକ ସଙ୍କଟାପନ୍ନ ହୋଇଯାଇଥିଲା । ଗୁରୁବାର ଶିଶୁଦ୍ୱୟ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଲାଗିଥିବା ଅମ୍ଳଜାନର ମାତ୍ରାକୁ ବଢ଼ାଇ ଦିଆଯାଇଥିଲା । ଏଭଳି ସ୍ଥିତିରେ ଶିଶୁଦ୍ୱୟଙ୍କର ଜୀବନ ରକ୍ଷା ପାଇଁ ଡାକ୍ତରମାନେ ଉଦ୍ୟମ ଜାରି ରଖିଥିଲେ।

ବୁଧବାର ହୋଇଥିବା ଇକୋ ଓ ସିଟିସ୍କାନ୍ ରିପୋର୍ଟ ଅନୁସାରେ ଶିଶୁଦ୍ୱୟଙ୍କର ମୁଣ୍ଡ, ହାତ ଓ ଗୋଡ଼ ଅଲଗା ଥିଲେ ମଧ୍ୟ ହୃତପିଣ୍ଡ ଗୋଟିଏ ଓ ତାହା ଠିକ୍ ଭାବେ କାର‌୍ୟ୍ୟ କରୁନଥିବା ଜଣାପଡିଥିଲା।

ଗତ ୧ ତାରିଖରେ ଢେଙ୍କାନାଳର ରେଣୁବାଳା ବେହେରା ଓ ପ୍ରଦୀପ ବେହେରାଙ୍କର ଯୋଡାଶିଶୁ ଜନ୍ମ ହେବା ପରେ ଚିକିତ୍ସା ପାଇଁ ସେମାନଙ୍କୁ କଟକ ଶିଶୁଭବନକୁ ଅଣାଯାଇଥିଲା। ପ୍ରାଥମିକ ପରୀକ୍ଷାରୁ ଶିଶୁଙ୍କର ଗୋଟିଏ ହୃତପିଣ୍ଡ ଓ ଯକୃତ ରହିଥିବା ବେଳେ ଶରୀର ଗଠନରେ ମଧ୍ୟ ବିଭିନ୍ନ ସମସ୍ୟା ରହିଥିଲା ବୋଲି ଡାକ୍ତର ମାନେ ସୂଚନା ଦେଇଥିଲେ।

Leave A Reply

Your email address will not be published.