Latest Odisha News

ବିଶ୍ୱକପରୁ ବିଦା ହେଲା ପାକିସ୍ଥାନ

ଲର୍ଡସ : ଚଳିତ ବିଶ୍ୱକପର ସେମିଫାଇନାଲରୁ ବାଦ ପଡ଼ିଲା ପାକିସ୍ଥାନ । ଶୁକ୍ରବାର ଖୋଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରି ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି ପାକିସ୍ତାନ।

ଉଭୟ ପାକିସ୍ତାନ ଓ ବାଂଲାଦେଶ ଚଳିତ ବିଶ୍ୱକପରେ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି । ପାକିସ୍ତାନ ମୋଟ ୧୧ ପଏଣ୍ଟ ପାଇ ୯ମ ମ୍ୟାଚ୍‌ରେ ୫ମ ପରାଜୟ ସହ ୫ମ ସ୍ଥାନରେ ରହି ବିଦାୟ ନେଇଛି।

ସେମିଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲାଣ୍ଡ ସମାନ ପଏଣ୍ଟ ଥାଇ ସୁଦ୍ଧା ନେଟ୍‌ ରନ୍‌ରେଟ୍‌ ଭିତ୍ତିରେ ପାକିସ୍ତାନଠାରୁ ଆଗରେ ରହି ବାଜି ମାରି ନେଇଛି । ୯ମ ମ୍ୟାଚ୍‌ରେ ୫ମ ପରାଜୟ ପରେ ୭ ପଏଣ୍ଟ ପାଇ ୭ମ ସ୍ଥାନରେ ରହି ବାଂଲାଦେଶ ମଧ୍ୟ ବିଦାୟ ନେଇଛି ବିଶ୍ୱକପରୁ ।

Leave A Reply

Your email address will not be published.