ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳଙ୍କ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କନଷ୍ଟେବଳ ଜଣକ କେଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଭବାନୀ ଶଙ୍କର ସା (୩୪)।
ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ଭବାନୀ ଶଙ୍କର ସା ଶନିବାର ରାତିରେ ବାଇକ୍ ଯୋଗେ ପାଟ୍ରେଲିଂ ପାଇଁ ଯାଉଥିବା ବେଳେ ବକଟପୁର ନିକଟରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ।
ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ପରେ ଡାକ୍ତର ଭବାନୀଙ୍କୁ ମୃତ ଘୋଷଣା କରିଥିଲେ ଏବଂ ବିଶ୍ୱନାଥପୁର ଥାନା ପୋଲିସକୁ ଖବର ଦେଇଥିଲେ।
ଖବରପାଇ ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରା ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦେଖିଲା ପରେ ବିଶ୍ୱନାଥପୁର ଥାନାର କନଷ୍ଟେବଳ ବୋଲି ଚିହ୍ନଟ କରିଥିଲେ ଏବଂ ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ।
ସେ ପୁରୀରୁ ରଥଯାତ୍ରା ଡିଉଟି ସାରି ଫେରିଥିଲେ। ଶନିବାର ରାତିରେ ବାଇକ୍ ପାଟ୍ରୋଲିଂ ପାଇଁ ଯିବାବେଳେ ଦୁର୍ଘଟଣା ହୋଇଥିଲା। ଡାକ୍ତରଖାନାରୁ ଖବର ଆସିଲା ପରେ ମୁଁ ଯାଇ ଚିହ୍ନଟ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲି ବୋଲି ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରା କହିଛନ୍ତି ।
ବିଶ୍ୱନାଥପୁର ଥାନା କେସ୍ ନଂ ୬୨/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ରବିବାର ସକାଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି ।


Comments are closed.