Latest Odisha News

BREAKING NEWS

କଳାହାଣ୍ଡିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟନା: ବାହାରିନରୁ ଫେରିଥିବା ୨୯ ବର୍ଷୀୟ ଯୁବକଙ୍କର କରୋନା ପରୀକ୍ଷା ପଜିଟିଭ ବାହାରିବାର ପାଞ୍ଚ ଦିନ ପରେ କଳାହାଣ୍ଡି ଜିଲ୍ଲାରେ ଅନ୍ୟ ଜଣେ ଯୁବକ ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଜଗୁ ଅଗ୍ରୱାଲ ଶୁକ୍ରବାର ଦିନ ସୂଚନା ଦେଇ କହିଛନ୍ତି ଯେ କ୍ରିକେଟ ଖେଳିବା ସମୟରେ ପ୍ରଥମ ରୋଗୀଙ୍କ ସମ୍ପର୍କରେ ଆସିଥିଲେ ସମ୍ପୃକ୍ତ ଯୁବକ।

“ପ୍ରଥମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଖୋଜିବା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ଯୁବକଙ୍କୁ ଡାକ୍ତରଖାନାରେ ଆଇସୋଲେସନରେ ରଖାଯାଇଥିଲା। ପରେ ତାଙ୍କ ରକ୍ତ ଏବଂ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ପଜିଟିଭ୍ ବାହାରିଥିଲା।

ଶ୍ରୀ ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତି ଯେ ସଂକ୍ରମିତ ଯୁବକଙ୍କୁ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।

 

Leave A Reply

Your email address will not be published.