Latest Odisha News

BREAKING NEWS

କରୋନା ମୁକାବିଲା: ଗୀତ ଗାଇ ଲୋକଙ୍କୁ ସଚେତନ କଲା କନ୍ଧମାଳ ପୋଲିସ

ବାଲିଗୁଡା: ସାରାବିଶ୍ୱ କରୋନାର ଭୟାବହତାକୁ ଅନୁଭବ କରିଥିବା ବେଳେ ନିଜ ଅଞ୍ଚଳରେ ଲୋକଙ୍କୁ ଗୀତ ମାଧ୍ୟମରେ ସଚେତନ କରାଇଛନ୍ତି କନ୍ଧମାଳ ପୋଲିସ । କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବାଲିଗୁଡା ଆଇଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ରାସ୍ତାରେ ଗୀତ ଗାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ଗୀତର ଶବ୍ଦ ସଂଯୋଜନା ବାଲିଗୁଡା ସବ୍ ଡିଭିଜନାଲ ପୋଲିସ୍ ଅଧିକାରୀ (ଏସଡିପିଓ) ମାନସ ରଂଜନ ବାରିକ କରିଛନ୍ତି। ପୋଲିସର ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିବାର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଅନ୍ୟପକ୍ଷରେ ଲକଡାଉନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସହରରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି।

Leave A Reply

Your email address will not be published.