Latest Odisha News

BREAKING NEWS

ଥାନାରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ କାବୁ କରିନେବା ଫଳରେ ଏକ ବହୁତ ବଡ଼ ଅଘଟଣ ଟଳି ଯାଇଥିବା ଜଣାଯାଇଛି । 

ସୂଚନା ଅନୁଯାୟୀ, ଦୀର୍ଘ ଦଶ ବର୍ଷ ତଳେ ଉଲୁଣ୍ଡା ବ୍ଲକ ଝାରବାହାଲି ଗାଁ ରାସ୍ତାର ଉନ୍ନତି ପାଇଁ ୫ ଲକ୍ଷ ଟଙ୍କାର ଡିପାର୍ଟମେଣ୍ଟାଲ କାମ ହୋଇଥିଲା । ସେତେବେଳେ ଉଲୁଣ୍ଡା ବ୍ଲକର ଜେଇ ବିଜୟ ମୂର୍ତ୍ତି ଏଇ ଡିପାର୍ଟମେଣ୍ଟାଲ କାମର ଦାୟିତ୍ୱରେ ଥିଲେ I ଏବେ ମୂର୍ତ୍ତି ବିନିକା ବ୍ଲକ କାର୍ଯ୍ୟାଳୟରେ ଜେଇ ଅଛନ୍ତି I ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଝାରବାହାଲି ଗାଁର ଠିକାଦାର ତ୍ରିଲୋଚନ ପୁରୋହିତ ୮୭ ହଜାର ଟଙ୍କା ପାଇପାରି ନ ଥିବା ଅଭିଯୋଗ କରିଛନ୍ତି।

ଗତ ୧୮ ତାରିଖରେ ଜେଇ ମୂର୍ତ୍ତି ଏନେଇ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଉଭୟଙ୍କୁ ବିନିକା ଥାନା ଅଧିକାରୀ ଡାକିଥିଲେ । ବାକି ଟଙ୍କା ପାଇ ନ ଥିବାରୁ  ଆଜି ଥାନା ଅଧିକାରୀ ଏବଂ ଜେଇଙ୍କ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ ତ୍ରିଲୋଚନ । ହେଲେ ସେଠାରେ ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ କାବୁ କରିନେଇଥିଲେ।

Leave A Reply

Your email address will not be published.