Latest Odisha News

BREAKING NEWS

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ: ଆଜି ଚିହ୍ନଟ ହେଲେ ୯୪ କରୋନା ପଜିଟିଭ୍

ଭୁବନେଶ୍ୱର: ବେଶ କିଛି ଦିନ କମିବା ପରେ ରାଜ୍ୟରେ ପୁଣି ବଢୁଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ବି ସଂଖ୍ୟା ପୂର୍ବ ଅପେକ୍ଷା ଏବେ ବଢ଼ିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ଆଉ ୯୪ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୬ ଓ ଲୋକାଲ କଣ୍ଟାକ୍ଟ କେସ୍ ୩୮ଟି ରହିଛି ।

୨୧ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁର ଜିଲ୍ଲାରୁ ସର୍ବାଧିକ ୧୭ ପଜିଟିଭ ବାହାରିଥିବା ବେଳେ ଅନୁଗୋଳରେ ଆଉ ୧୦ ଜଣ ସଂକ୍ରମିତ ହୋଇଛନ୍ତି । ବାକି ଅନ୍ୟ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି । କେବଳ ଢେଙ୍କାନାଳ ଜିଲ୍ଲା କରୋନା ମୁକ୍ତ ରହିଛି । ବାକି ୨୯ ଜିଲ୍ଲାରେ ରହିଛି ଆକ୍ଟିଭ୍ କେସ୍ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୭ହଜାର ୧୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୪ହଜାର ୪୦୦ ଆକ୍ରାନ୍ତ । ଏବେ ରାଜ୍ୟରେ ୬୫୦ଟି କରୋନା ଆକ୍ଟିଭ୍ କେସ୍ ରହିଛି । ମହାମାରୀ ରାଜ୍ୟରୁ ୧୯ଶହ ୧୫ ଆକ୍ରାନ୍ତଙ୍କ ଜୀବନ ନେଇଛି ।

Leave A Reply

Your email address will not be published.