Latest Odisha News

BREAKING NEWS

ଦୁଆରୀ ଭୋଗ ଖାଇବାକୁ ନେଇ ଉତ୍ତେଜନା, ଭାଙ୍ଗିଦେଲେ ଠାକୁରଙ୍କ ବିମାନ ଚକ

ପୁରୀ : ଗୋପୀନାଥପୁର ଗାଁରେ ଗୋପୀନାଥ ଦେବ ଦୁଆରୀ ଭୋଗ ଖାଇବାକୁ ନେଇ ଗଣ୍ଡଗୋଳ  । ଠାକୁରଙ୍କ ବିମାନ ଚକ ଭାଙ୍ଗିଯିବା ସହ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଗୋପୀନାଥପୁର ଗ୍ରାମର ମନମୋହନ ରାଉତଙ୍କ ଘର ସମ୍ମୁଖରେ ଠାକୁର ଭୋଗ ଖାଇବାକୁ ଅଡି ବସିବାରୁ ଅନ୍ୟମାନେ ଏହାକୁ ବିରୋଧ କରିଥିଲେ ଏଥିରେ ଉତ୍‌କ୍ଷିପ୍ତ ହୋଇ ମନମୋହନ ବିମାନ ଚକ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ୨୨ ଘରେ ଗୋପୀନାଥ ଦେବ ଦୁଆରୀ ଭୋଗ ଖାଇବାର ପ୍ରଥା ରହିଥିଲା  ।

BjdElectrycity

ହେଲେ ଏହାକୁ ମଦନ ମନମୋହନ ରାଉତ ଗୋପୀନାଥ ଦେବ ଦୁଆରୀ ଭୋଗ ଖାଇବାକୁ ଦାବି କରି ଏପରି କାଣ୍ଡ ଭିଆଇଛନ୍ତି  । ଏହି ଘଟଣାରେ ସଦର ଥାନା ପୋଲିସ ୪ ଜଣଙ୍କୁ ଅଟକ ରଖି ପଚାରାଉଚରା ଜାରି ରଖିଛି  ।

Leave A Reply

Your email address will not be published.