Latest Odisha News

BREAKING NEWS

ଗଛକୁ କାଟିଲେ ବାହାରେ ରକ୍ତ

ଦୁନିଆରେ ଅନେକ ପ୍ରକାର ଗଛ ଏବଂ ଉଦ୍ଭିଦ ଦେଖିବାକୁ ମିଳିଥାଏ । ଡାକ୍ତରୀ ବିଜ୍ଞାନର ଚମତ୍କାର ଅଗ୍ରଗତି ସତ୍ତ୍ୱେ ପ୍ରକୃତିର ଏପରି ଅନେକ ଜିନିଷ ଅଛି ଯାହାର ରହସ୍ୟ ଏବଂ ଉପକାର ଆଶ୍ଚର୍ଯ୍ୟଜନକ ଅଟେ ।  ପ୍ରତ୍ୟେକ ଗଛର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଏପରି ଅନେକ ଗଛ ରହିଛି  ଯାହା ବେଶ୍ ସ୍ୱତନ୍ତ୍ର , ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଆଶ୍ଚର୍ଯ୍ୟକର ଗଛ ବିଷୟରେ କହିବୁ ।

ଏପରି ଏକ ଗଛ ଅଛି ଯାହାକୁ କାଟିବା ପରେ ସେଥିରୁ ଲାଲ ରଙ୍ଗର ରକ୍ତ ବାହାରି ଥାଏ । ଏହି ଗଛରୁ ବାହାରୁଥିବା ରକ୍ତ ମଣିଷର ରକ୍ତ ସହିତ ସମାନ । ବାସ୍ତବରେ, ଏହି ଗଛର ନାଁ ହେଉଛି ବ୍ଲଡଉଡ୍ ଗଛ । ଏହାକୁ କିଆଟ୍ ମୁକୱା କିମ୍ବା ମୁନିଙ୍ଗା ମଧ୍ୟ କୁହାଯାଏ  । ଏହାର ବୈଜ୍ଞାନିକ ନାମ ହେଉଛି ‘ସେରୋକାରପସ୍ ଅଙ୍ଗୋଲାନସିସ୍’ । ଏହା ଆଫ୍ରିକାରେ ଦେଖିବାକୁ ମିଳିଥାଏ ।

ଏକ ରିପୋର୍ଟ ଅନୁଯାୟୀ, ଏହି ଗଛ କାଟିବା ପରେ ସେଥିରୁ ଲାଲ ରଙ୍ଗର ରକ୍ତ ବାହାରିଥାଏ । ବାସ୍ତବରେ ଏହା ରକ୍ତ ନୁହେଁ ବରଂ ଗଛରୁ ବାହାରୁଥିବା ଏକ ତରଳ ପଦାର୍ଥ ଯାହା ମନୁଷ୍ୟର ରକ୍ତ ପରି ଦେଖାଯାଏ । ଲୋକମାନେ ଏହାକୁ ରକ୍ତ ପରି ବିବେଚନା କରନ୍ତି ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଗଛରୁ ଔଷଧ ତିଆରି କରାଯାଏ ଏବଂ ଏହା ସହିତ ରକ୍ତ ସମ୍ବନ୍ଧୀୟ ରୋଗ ମଧ୍ୟ ଗଛ ମାଧ୍ୟମରେ ଭଲ ହୋଇଯାଏ। ଏହି ଗଛରେ ରିଙ୍ଗୱର୍ମ, ଆଖି ସମସ୍ୟା, ପେଟ ରୋଗ, ମ୍ୟାଲେରିଆ କିମ୍ବା ଗୁରୁତର ଆଘାତକୁ ଭଲ କରିବାର ଶକ୍ତି ମଧ୍ୟ ଅଛି । ଏହା ବିଷୟରେ କହିବାକୁ ଗଲେ ଏହାର କାଠ ବହୁତ ମୂଲ୍ୟବାନ ଏବଂ ମହଙ୍ଗା ବିକ୍ରି ହୁଏ । ତେବେ ଗଛର ହାରାହାରି ଲମ୍ବ ୧୨ ରୁ ୧୮ମିଟର ପର୍ଯ୍ୟନ୍ତ ରହିଥାଏ ।

Leave A Reply

Your email address will not be published.