Latest Odisha News

ଥାନା ଭିତରେ ‘ଗୁଣ୍ଡାଗର୍ଦ୍ଦି’, ଉତ୍ତ୍ୟକ୍ତ ଜନତା ମାରିଲେ ପୋଲିସକୁ ଧକ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ : ଥାନା ଭିତରେ ଗୁଣ୍ଡାଗର୍ଦ୍ଦି । ଥାନା ଭିତରେ ଧସେଇ ପଶିବା ପରେ ଉପସ୍ଥିତ ଥାନା ଅଧିକାରୀଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯାହା ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟରେ ସାଧାରଣରେ ଦେଖାଯାଏ। କିନ୍ତୁ ଏ ଖବର ଓଡ଼ିଶାରେ ଘଟିଛି ।

ଗତ ମଙ୍ଗଳବାର ଓଡ଼ିଶାର ଗଜପତିକେ ଏକ ପ୍ରତିବାଦ ସଭାରେ ଉତ୍ତ୍ୟକ୍ତ ଜନତା ଥାନାରେ ପଶି ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଛନ୍ତି। ଗଜପତି ମୋହନା ଅଞ୍ଚଳର ଅଡବା ଥାନା ବାହାରେ ଛଅଟି ପଞ୍ଚାୟତର ଲୋକେ ଏକାଠି ହୋଇ ଥାନାରେ ଜଣେ ବ୍ୟକ୍ତିଙ୍କୁ ବଳପୂର୍ବକ ଅଟକ ରଖିବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ହଠାତ୍ ଚଢ଼ଉ କରି ଝରଣପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ତେବେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ଏହି ବ୍ୟକ୍ତିଙ୍କୁ ଉଠାଇ ନେବା ପାଇଁ ଏକ ନକଲି ମାମଲା ରୁଜୁ କରିଛି। ପୋଲିସର ଅତ୍ୟାଚାରକୁ ବିରୋଧ କରି ଶତାଧିକ ଆନ୍ଦୋଳନକାରୀ ଥାନା ଘେରାଉ କରିବା ସହ ଯୁବକଙ୍କୁ ଛାଡିବା ପାଇଁ ଦାବି କରିଥିଲେ।

ଥାନା ଭିତରେ ପ୍ରବେଳ କରିବା ବେଳେ ବିକ୍ଷୋଭକାରୀ ହିଂସା କରିଛନ୍ତି। ଥାନାର ଗେଟ୍ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏହାପରେ ପରିସ୍ଥିତି ଅଣାୟତ ହୋଇଯାଇଥିଲା। ଥାନାରେ ଥିବା ଆସବାବପତ୍ର ଭଙ୍ଗାରୁଜା କରିବା ସହିତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ଥାନାରେ ପ୍ରବଳ ଯୁକ୍ତତର୍କ ହୋଇଥିବା କୁହାଯାଉଛି। ଆଉ ପୋଲିସ କର୍ମଚାରୀଙ୍କୁ ଜନତା ମାଡ ମାରିଥିବା ଅଭିଯୋଗ ହୋଇଛି।

କିନ୍ତୁ ହଠାତ ଜନତା ଏପରି ଉତକ୍ଷିପ୍ତ କାହିଁକି ହେଲେ, ପୋଲିସକୁ ସମସ୍ତେ ଭୟ କରୁଥିବା ବେଳେ ଲୋକେ ଉତ୍ୟକ୍ତ ହେବା ପଛରେ ରହିଛି କି ପୋଲିସର କୌଣସି ଭୁଲ କାର୍ଯ୍ୟାନୁଷ୍ଠାନ? ଅନ୍ୟପଟେ ଥାନା ଅଧିକାରୀଙ୍କ ବିରୋଧରେ ଉପରିସ୍ଥ ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ସୁଯୋଗ ଥିବା ବେଳେ ଜନତା ଥାନାରେ ପଶି ଗଣ୍ଡଗୋଳ କରି ଆଇନକୁ ହାତକୁ ନେଇଛନ୍ତି।

Leave A Reply

Your email address will not be published.