Latest Odisha News

BREAKING NEWS

ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର ଛୁଆ

ଯାଜପୁର: ବନିଶିରେ ମାଛ ବଦଳରେ ପଡ଼ିଲା କୁମ୍ଭୀର । ଯାଜପୁର ଜିଲ୍ଲା ବରୀ ବ୍ଲକ ରମ୍ପା ଗାଁ ପଗିଡ଼ିଆ ନଦୀରୁ କୁମ୍ଭୀର ଛୁଆ ଉଦ୍ଧାର ହୋଇଛି । ଗାଁର କୁନା ମଲ୍ଲିକ ମାଛ ଧରିବାକୁ ପଗିଡ଼ିଆ ନଦୀରେ ବନିଶି ପକାଇଥିଲେ । ହେଲେ ବନିଶିରେ ମାଛ ନପଡ଼ି ପଡ଼ିଥିଲା କୁମ୍ଭୀର ଛୁଆ । ସଙ୍ଗେ ସଙ୍ଗେ କୁନା ସାଥିରେ ଯାଇଥିବା ଟୁଟନକୁ ଡାକିଥିଲେ ।

କୁମ୍ଭୀର ଛୁଆଟିକୁ ଉଭୟ ନେଉଳିଆ ଗାଁକୁ ଆଣି ରଖିଛନ୍ତି । ଏନେଇ ବନ ବିଭାଗକୁ ଖବର ଦିଆଯାଇଛି । ବନ ବିଭାଗ ଆସିଲେ କୁମ୍ଭୀର ଛୁଆଟିକୁ ନେଇ ଯିବ । ତେବେ ଗାଁ ନିକଟ ପଗିଡ଼ିଆ ନଦୀରୁ କୁମ୍ଭୀର ଛୁଆ ମିଳିବା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.