Latest Odisha News

BREAKING NEWS

5T ଅଧିନରେ ରୂପାନ୍ତରଣ ସ୍କୁଲ ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ନୂଆପଡ଼ା: 5T ଅଧିନରେ ସ୍କୁଲ ରୂପାନ୍ତରଣରେ ଦୁର୍ନୀତି । ମାସ କେଇଟା ନ ହେଉଣୁ ଛାତରୁ ଖସିଲା ସିଲିଂ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଗତ କିଛିମାସ ତଳେ 5T ଅଧିନରେ ରାଜ୍ୟ ସରକାର ନୂଆପଡ଼ା ଖରିଆର ରୋଡ୍ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିଲେ । ହେଲେ ମାସ କେଇଟା ନ ଯାଉଣୁ ବିଦ୍ୟାଳୟର ସାଇନ୍ସ ଲାବ ଛାତରୁ ସିଲିଂ ଖସିଛି । ସୌଭାଗ୍ୟବଶତଃ କୌଣସି ଛାତ୍ରଛାତ୍ରୀଙ୍କ କିଛି କ୍ଷତି ହୋଇନାହିଁ । ତେବେ ଲକ୍ଷାଧିକ ଟଙ୍କାର କାମ ପରେ କାହିଁକି ଖସିଲା ସିଲିଂ ?

5T ଅଧିନରେ ସ୍କୁଲ୍ ରୂପାନ୍ତରଣର ତଦାରଖ ଜେଇଙ୍କ ସହ ଅନ୍ୟ ବଡ଼ ଅଧିକାରୀ କରୁଥିବା ବେଳେ କିଭଳି ରହିଲାନି ଟ୍ରାନ୍ସପରେନ୍ସି । ତାକୁ ନେଇ ପ୍ରଶ୍ନ ଉଠୁଛି । ଛାତରୁ ସିଲିଂ ଖସିବା ପରେ ଘଟଣାକୁ ଚପାଇବା ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଉଦ୍ୟମ କରିଛନ୍ତି । ଏନେଇ ବିଭାଗୀୟ ଉଚ୍ଚ ଅଧିକାରୀ ବି ଜାଣି ନାହାନ୍ତି । ଗଣମାଧ୍ୟମ ପ୍ରତିନିଧି ଖବର ପାଇ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଛି ।

ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ମୁହଁ ଖୋଲି ନଥୁବା ବେଳେ ପିଡି ଡିଆରଡିଏ କହିଛନ୍ତି ଏମିତି ହୋଇ ନଥିବ । ଯଦି ହୋଇଛି ବିଡିଓଙ୍କୁ ଜଣାଇ ସମାଧାନ କରାଯିବ । ପ୍ରଶାସନିକ ଅଧିକାରୀ ସିଲିଂ ଖସିବା ଘଟଣାକୁ ହାଲୁକା ଭାବେ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ 5T ଅଧିନରେ କିଭଳି କାମ ହୋଇଛି ତାହା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ଜଳ ଜଳ ହୋଇ ଦିଶୁଛି ।

Leave A Reply

Your email address will not be published.