Latest Odisha News

BREAKING NEWS

‘ଭୁୁବନେଶ୍ୱରରେ କମୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି ସଂକ୍ରମଣ । ତଳମୁହାଁ ହେଉଛି କରୋନା ଗ୍ରାଫ । ଏଠାରେ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୧୦ ଦିନ ହେଲା ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏବେ ହୋମ୍‌ଆଇସୋଲେସନ୍‌ରେ ୭୫ ପ୍ରତିଶତ ଆକ୍ରାନ୍ତ ଅଛନ୍ତି। ହସ୍‌ପିଟାଲଗୁଡ଼ିକରେ ବେଡ୍‌ ଖାଲି ରହିଛି। ବର୍ତ୍ତମାନ ଆବଶ୍ୟକୀୟ ହସ୍ପିଟାଲ ଓ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି । ବର୍ତ୍ତମାନ କୋଭିଡ ପାଇଁ ଭୁବନେଶ୍ୱରରେ ୧୮ଟି ଘରୋଇ ଏବଂ ୭ଟି ସରକାରୀ ହସ୍ପିଟାଲ ଅଛି । କିନ୍ତୁ ଭୁବନେଶ୍ୱରରେ ଅଧିକ ଟେଷ୍ଟ କରିବାର ଆବଶ୍ୟକତା ରହିଛି। ଯିଏ ଚାହିଁବେ, ଆସି ପରୀକ୍ଷା କରିପାରିବେ ବୋଲି ବିଏମସି କମିଶନର କହିଛନ୍ତି।

ସେପଟେ ଯଦି ଭୁବନେଶ୍ୱରରେ ସ୍କୁଲ ଖୋଲିବ ତେବେ ଆବଶ୍ୟକ ଅନୁସାରେ ଟେଷ୍ଟିଂ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର । ରାଜଧାନୀ ରେ ଟେଷ୍ଟିଂ ର ଚାହିଦା ରହିଛି।  ଏଯାବତ ରାଜଧାନୀ ରେ ୧୪୪୩ ଲୋକଙ୍କୁ ଫାଭିପୀରାଭିର ଦିଆଯାଇଛି। ସେପଟେ ତୃତୀୟ ପର୍ଯ୍ୟାୟ ସିରୋ ସର୍ଭେ ଶେଷ ହୋଇଥିବା ବେଳେ ଦିନେ ଦୁଇଦିନରେ ରିପୋର୍ଟ ଆସିବ। ଡେଥ୍ ଅଡିଟି ପାଇଁ ୩ଟା ଟିମ୍ ଗଠନ ହୋଇଥିବା ବେଳେ ସବୁଦିନ ଅଡିଟ କରି ସରକାରଙ୍କୁ ଜଣା ଯାଉଥିବା କହିଛନ୍ତି ବିଏମସି କମିଶନର।

Leave A Reply

Your email address will not be published.