Latest Odisha News

BREAKING NEWS

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା’ ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି ।

ଭିଡିଓ ଉପରେ ଟିିକେ ଭଲ ଭାବେ ନଜର ପକାନ୍ତୁ । ଶାନ୍ତିପୁର୍ଣ୍ଣ ଭସାଣୀ ଉତ୍ସବକୁ ହଠାତ୍ ଭଙ୍ଗ କରିଥିଲା ଜନତାଙ୍କୁ ପୋଲିସର ନିସ୍ତୁକ ମାଡ । ଭାଇରାଲ୍ ହୋଇଥିବା ଏହି ଭିଡିଓରେ କେବଳ ପୋଲିସ ଜନତାଙ୍କୁ ମାଡ ମାରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ହେଲେ ପ୍ରଥମେ ଭସାଣୀରେ ସାମିଲ ଥିବା ଲୋକେ ପୋଲିସ ଉପରକୁ ପଥର ମାଡ କରିଥିଲେ ।

ବିହାରରେ ନିର୍ବାଚନ ସ୍ଥିତି ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ମା’ ଦୁର୍ଗାଙ୍କ ଭସାଣୀ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ହେଲେ ଲୋକେ ଅମାନିଆ ହୋଇ ପ୍ରତିବାଦ କରିବାରୁ ଏପରି ସ୍ଥିତି ଉପୁଜିଥିଲା । ମାଡ ମାରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରିବା ପାଇଁ ଫାଇରିଂ ବି କରିଥିଲା । ଫଳରେ ଜଣକର ମୃତ୍ୟୁ ହୋଇଥିଲାବଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଅନ୍ୟପଟେ ୨୦ଜଣ ପୋଲିସ କର୍ମଚାରୀ ପଥର ମାଡରେ ଆହତ ହୋଇଥିଲେ ।

Leave A Reply

Your email address will not be published.