Latest Odisha News

BREAKING NEWS

ଅକ୍ଟୋବର ୩୧ରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ସି ପ୍ଲେନ୍‌ ସେବା; ମାତ୍ର ୧୫୦୦ଟଙ୍କାରେ ପାଇପାରିବେ ବିମାନ ଯାତ୍ରାର ସୁବିଧା

ନୂଆଦିଲ୍ଲୀ: ଦେଶର ପ୍ରଥମ ସମୁଦ୍ର ବିମାନ ସେବା ୩୧ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେବାର ଶୁଭାରମ୍ଭ କରିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସି ପ୍ଲେନ୍‌ରେ ଅହମ୍ମଦାବାଦର ସାବରମତି ନଦୀ କୂଳକୁ କେଭାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାତ୍ରା କରିବେ।

ଅକ୍ଟୋବର ୩୧ରୁ ଦେଶର ବିମାନ କମ୍ପାନୀ ସ୍ପାଇସଜେଟ୍ ପ୍ରତିଦିନ ଦୁଇଟି ବିମାନ ଉଡାଣ ସେବା ଆରମ୍ଭ କରିବ। ଏହି ବିମାନ ସେବା ଅହମ୍ମଦାବାଦରୁ କେଭାଡିଆ ରୁଟ ପର୍ଯ୍ୟନ୍ତ ହେବ। ଏହି ମାର୍ଗରେ ଟିକେଟ୍‌ର ପ୍ରାରମ୍ଭିକ ମୂଲ୍ୟ ୧୫୦୦ ଟଙ୍କା ରହିବ।

ସି ପ୍ଲେନ୍‌ରେ ଟିକେଟ୍ ବୁକିଂ ପାଇଁ www.spiceshuttle.com ୱେବସାଇଟକୁ ଯାଇ ବୁକିଂ କରିପାରିବେ। ଅକ୍ଟୋବର ୩୦ ରୁ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ। ସୂଚନା ଅନୁଯାୟୀ, ସ୍ପାଇସ୍‌ଜେଟ୍ ବିମାନ ସାବରମତି ନଦୀ କୂଳରୁ ସକାଳ ୧୦.୧୫ ମିନିଟ୍‌ରେ ଉଡାଣ ଆରମ୍ଭ କରିବ ଏବଂ କେଭାଡିଆରେ ଏହା ସକାଳ ୧୦.୪୫ ମିନିଟ୍‌ରେ ଅବତରଣ କରିବ।

ସ୍ପାଇସ୍‌ଜେଟ୍ର ଚେୟାରମ୍ୟାନ୍ ଅଜୟ ସିଂ କହିଛନ୍ତି ଯେ ଭାରତୀୟ ବିମାନ ଇତିହାସରେ ଏହା ପ୍ରଥମ ଥର ହେବ ଯେତେବେଳେ ସି‌ ପ୍ଳେନ୍‌ ଉଡ଼ାଣ ଭରିବ। ଏଥିପାଇଁ ଆମେ ଗର୍ବିତ ଯେ ଆମେ ଏହି ଐତିହାସିକ ମୁହୂର୍ତ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛୁ।

୨୦୧୭ରେ ବିଧାନସଭା ନିର୍ବାଚନ ସମୟରେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ସହିତ ଯୋଡ଼ି ଦିଆଯାଇଛି। ଏହି ସି ପ୍ଲେନ୍‌ ପୂର୍ବରୁ ମାଲଦ୍ୱୀପରୁ କୋଚିରେ ପହଞ୍ଚିଥିଲା, ଏହା ପରେ ଏହା ବର୍ତ୍ତମାନ ଗୁଜୁରାଟରେ ପହଞ୍ଚିଛି।

Leave A Reply

Your email address will not be published.