Latest Odisha News

BREAKING NEWS

କୋଭିଡ-୧୯: ରାଜଧାନୀରେ ସମସ୍ତ ଚା’, ପାନ ଦୋକାନ, ଜୁସ ସେଣ୍ଟର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ରାଜଧାନୀରେ ଅନାବଶ୍ୟକ ସାମଗ୍ରୀର ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।

ଅଧିକ ଆବଶ୍ୟକ ହେଉନଥିବା ସାମଗ୍ରୀ ଯଥା- ସୋ’ ରୁମ୍, ଗାରମେଣ୍ଟସ, ହୋଲସେଲର ଦୋକାନ ବନ୍ଦ ରହିବ । ସେଭଳି ପାନ ଦୋକାନ, କ୍ଷୀର ସାମଗ୍ରୀ ବିକ୍ରୟ କେନ୍ଦ୍ର, ଚା’ ଦୋକାନ, ଗୁଟଖା ଷ୍ଟଲ ଆଦିକୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି ।

ଭୁବନେଶ୍ୱରର ସମସ୍ତ ଜୁସ ସେଣ୍ଟର ବନ୍ଦ ରହିବ । କେବଳ ଫଳ ଦୋକାନ ଖୋଲା ରଖିପାରିବେ । ଆଇସକ୍ରିମ ପାର୍ଲର ବନ୍ଦ ରହିବ ତଥା ଓପୋଲଫେଡ କାଉଣ୍ଟରରେ ରନ୍ଧାଖାଦ୍ୟ ବିକ୍ରୟକୁ ମନା କରାଯାଇଛି । ତୁରନ୍ତ ଏହାକୁ ପାଳନ କରିବା ପାଇଁ ବିଏସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.