Latest Odisha News

BREAKING NEWS

କରୋନା ସଂକ୍ରମଣ ଭୟ: ଓଡିଶାରେ ବ୍ରେଥ ଆନାଲାଇଜର ଟେଷ୍ଟ ବନ୍ଦ

କଟକ: ନୋଭେଲ କରୋନାଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ମଙ୍ଗଳବାର ଦିନ ମଦ୍ୟପ ଡ୍ରାଇଭରଙ୍କୁ ଧରାପକାଉଥିବା ବ୍ରେଥ ଆନାଲାଇଜରର ବ୍ୟବହାରକୁ ବନ୍ଦ କରିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସାରେ ବ୍ରେଥ ଆନାଲାଇଜରକୁ ବନ୍ଦ କରିବା ଲାଗି ଏସପି ଓ ଡିସିପିଙ୍କୁ ପୋଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି କି, ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି କୌଣସି ପରୀକ୍ଷା ହେବ ନାହିଁ ।

ମଦ୍ୟପ ଡ୍ରାଇଭରଙ୍କ ଯୋଗୁଁ ରାଜ୍ୟରେ ହେଉଥିବା ସଡକ ଦୁର୍ଘଟଣାର ସଂଖ୍ୟାକୁ କମ୍ କରିବା ପାଇଁ ନୂଆ ମୋଟରଯାନ ଅଧିନିୟମ, ୨୦୧୯ ଅନୁସାରେ ବ୍ରେଥ ଆନାଲାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.