Latest Odisha News

BREAKING NEWS

ୟୁରୋ ଚାମ୍ପିୟନଶିପ୍,କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ:ବିଶ୍ୱ ଫୁଟବଲ ଦୁଇ ବଡ ଟୁର୍ଣ୍ଣାମେଂଟ କୋପା ଆମେରିକା ଓ ୟୁରୋ ଚାମ୍ପିୟନଶିପକୁ କୋରନା ଭାଇରସ ସତର୍କତା ଦୃଷ୍ଟିକୋଣରୁ ବାତିଲ କରି ଦିଆଯାଇଛି । ଆସନ୍ତା ବର୍ଷକୁ ଏହା ଘୁଚାଂଇ ଦିଆଯାଇଛି । ଚଳିତ ବର୍ଷ ଜୁନ୍ ଓ ଜୁଲାଇରେ ୟୁରୋ ଚାମ୍ପିୟନଶିପ୍ ଆୟୋଜିତ ହେବାର ଥିଲା ଆସନ୍ତାବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୧ରୁ ଜୁଲାଇ ୧୧ ତାରିଖ ଭିତରେ ଆୟୋଜନ କରିବାକୁ ଯୋଜନା ରଖାଯାଇଛି । ସେହିପରି ଦକ୍ଷିଣ ଆମେରିକା ଫୁଟବଲ କନଫେଡେରେସନ୍ କୋପା ଆମେରିକାକୁ ମଧ୍ୟ ଚଳିତ ବର୍ଷ ସ୍ଥଗିତ କରି ଦେଇଛି।

ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଜୁନ୍ ୧୨ରୁ ଜୁଲାଇ ୧୨ ତାରିଖ ପର‌୍ୟ୍ୟନ୍ତ ହେବା ପାଇଁ ସ୍ଥିର ହୋଇଥିଲା। ୟୁରୋ କପକୁ ବର୍ଷକ ପାଇଁ ସ୍ଥଗିତ ଫଳରେ ଏହାର ପ୍ରଭାବ ଇଂଲଣ୍ଡରେ ୨୦୨୧ରେ ହେବାକୁଥିବା ମହିଳା ୟୁରୋପୀୟ ଚାମ୍ପିୟନଶିପ୍ ଉପରେ ମଧ୍ୟ ପଡ଼ିବ। ଏହି ଟୁର୍ଣ୍ଣାମେଣ୍ଟ ବିଭିନ୍ନ ଉପମହାଦ୍ୱୀପର ୧୨ଟି ସହର ଯଥା ଆମଷ୍ଟରଡାମ, ବାକୁ, ବିଲବାଓ, ବୁଡାପେଷ୍ଟ, ବୁଚାରେଷ୍ଟ, କୋପେନହାଗେନ୍‌, ଡବଲିନ୍‌, ଗ୍ଲାସଗୋ, ଲଣ୍ଡନ, ମ୍ୟୁନିକ୍‌, ରୋମ୍ ଏବଂ ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ହେବ।

Leave A Reply

Your email address will not be published.