Latest Odisha News

BREAKING NEWS

ଆସିଲା ଆୟୁଷ ଓ ସାଇଙ୍କ ‘ମାଂଝା’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ରୋମାଂଟିକ ମୁ୍ୟଜିକ ଭିଡିଓ ଆଲ୍ବମ ‘ମାଂଝା’ । ଏଥିରେ ସଲମାନ ଖାନଙ୍କ ଭିଣେଇ ଆୟୁଷ ଶର୍ମା ଓ ସାଇ ମଂଜରେକରଙ୍କ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଛି । ଗୀତଟି ଏବେ ୟୁଟୁ୍ୟବ ଟ୍ରେଣ୍ଡରେ ରହିଛି ।
ଗୀତରେ ବିଶାଲ ମିଶ୍ରାଙ୍କ ଭଏସ୍ ଶୁଣିବାକୁ ମିଳିଛି । ଏହାର ମୁ୍ୟଜିକ କମ୍ପୋଜ ମଧ୍ୟ ବିଶାଲ ମିଶ୍ର ହିଁ କରିଛନ୍ତି । ଗୀତଟିକୁ ସଲମାନ ଖାନ ନିଜ ଟ୍ୱଇଟର ହ୍ୟାଣ୍ଡେଲରେ ସେୟାର କରି ପ୍ରସଂଶା କରିଛନ୍ତି ।

ଆୟୁଷ ଛାତ ଉପରେ ଗୁଡି ଉଡାଇ ସାଇଙ୍କୁ ପ୍ରପୋଜ କରୁଛନ୍ତି । ଆଜିର ଟିକଟକ ଯୁଗରେ ସେ ଗୁଡି ମାଧ୍ୟମରେ ସାଇଙ୍କୁ ପ୍ରେମ ପତ୍ର ଦେଉଥିବା ଗୀତରେ ଦେଖିବାକୁ ମିଳିିଛି । ଯାହାକୁ ଦର୍ଶକେ ବେସ୍ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.