Latest Odisha News

BREAKING NEWS

କରୋନା ଭାଇରସ ସୂଚନା ଦେବା ଆଳରେ ବ୍ୟକ୍ତିଗତ ଡାଟା ଚୋରାଉଛନ୍ତି ହ୍ୟାକରସ !

ନୂଆଦିଲ୍ଲୀ: କରୋନା ଭାଇରସ (Coronavirus) ବିଶ୍ୱରେ ବିପଦ ର କାରଣ ହୋଇଛି | ଏହା ମଧ୍ୟରେ ଏବେ ପର୍ଯ୍ୟନ୍ତ ୬୦୦ ଲୋକଙ୍କ ମୂର୍ତ୍ୟୁବରଣ କରିଛନ୍ତି | ଚୀନ ରୁ ଆରମ୍ଭ ହୋଇଥିବା ଏହି ଭାଇରସ ବହୁ ଦେଶକୁ ବ୍ୟାପିସାରିଲାଣି | ଏଥିରୁ ମୁକ୍ତି ପାଇଁ ଲୋକମାନେ ଇଣ୍ଟରନେଟ ରୁ ବହୁପ୍ରକାର ଉପାୟ ଖୋଜୁଛନ୍ତି , ଯାହାର ଫାଇଦା ନେଉଛନ୍ତି ଏହି ଇଣ୍ଟରନେଟ ହ୍ୟାକର୍ସ ଗୋଷ୍ଠୀ |କରୋନା ଭାଇରସ ଠାରୁ ବେଶୀ ଭୟ ଏହି ହ୍ୟାକର୍ସ ଗୋଷ୍ଠୀ ପାଇଁ |

ସାଇବର ସିକ୍ୟୁରିଟି ଫାର୍ମ କ୍ୟାସ୍ପରସ୍କାଏ ଏକ ରିପୋର୍ଟ ରେ କହିଛି ଯେ, କରୋନା ଭାଇରସ ର ଡର ସବୁଠୁ ଅଧିକ ଫାଇଦା ଏହି ହ୍ୟାକର୍ସ ଗୋଷ୍ଠୀ ନେଉଛନ୍ତି | ଏହି ହ୍ୟାକର୍ସଙ୍କ ନଜର ଏବେ ସେହି ଲୋକମାନଙ୍କ ଉପରେ ଅଛି ଯେଉଁମାନେ ଡରରେ ଏହି ଭାଇରସର ଲକ୍ଷଣ ଓ ରକ୍ଷା ପାଇବାର ଉପାୟ ଇଣ୍ଟରନେଟ ରେ ଖୋଜୁଛନ୍ତି |

ଚୋରାଉଛନ୍ତି ବ୍ୟକ୍ତିଗତ ତଥ୍ୟ:

କ୍ୟାସ୍ପରସ୍କାଏ ଅଧିକାରୀ ଅନୁସାରେ, ଲୋକଙ୍କୁ ଏହି ଭାଇରସ ସମ୍ବନ୍ଧିତ ତଥ୍ୟ ଓ ସୁରକ୍ଷା ଟିପ୍ପ ଦେବା ଆଳରେ ସାଇବର ଅପରାଧିମାନେ କମ୍ପ୍ୟୁଟର ପର୍ଯ୍ୟନ୍ତ ବିପଦପୂର୍ଣ୍ଣ ଫାଇଲ ପଠାଇ ଡାଟା ଚୋରାଉଛନ୍ତି | ସାଇବର ଏକ୍ସପର୍ଟଙ୍କୁ କରୋନା ଭାଇରସ ର ପିଡ଼ିଏଫ, ଏମପି୪ ଓ ଡାକ୍ସ ଫାଇଲ ରେ ବହୁତ ଗୁଡିଏ ଏହି ହ୍ୟାକର୍ସ ଙ୍କ ଫାଇଲ ମିଳିଛି | ଏଥିରେ ବିପଦଜନକ ଟ୍ରୋଜନ ଭାଇରସ ମିଳିଛି | ୟୁଜର୍ସଙ୍କ ଡାଟାକୁ କ୍ଷତି ପହଁଚାଇବା, ବ୍ଲକ କରିବା , ମଡିଫାଇ ଓ କପି କରିବା ସହିତ କମ୍ୟୁଟର ନେଟୱର୍କ ଓ ଅପରେସନ କୁ ବଦଳାଇ ଦିଏ |

ଅଜଣା ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ:

କ୍ୟାସ୍ପରସ୍କାୟ ରିପୋର୍ଟ ଦେବା ସହିତ ଚେତାବନୀ ଦେଇଛନ୍ତି ଯେ ଏହି ଫାଇଲ ରୁ ବଞ୍ଚିବା ପାଇଁ ୟୁଜରଙ୍କୁ ଧ୍ୟାନ ରଖିବେ ଯେ କୌଣସି ଅଜଣା ଫାଇଲ ବା ବିପଦପୂର୍ଣ୍ଣ ଫାଇଲ ଲିଙ୍କ କୁ କ୍ଲିକ ନକରିବା ପାଇଁ | ଏଥିରୁ ବଂଚିବା ପାଇଁ ଫାଇଲ ଏକ୍ସଟେନସନ ଉପରେ ଧ୍ୟାନ ଦେବାକୁ କୁହାଯାଇଛି | ଆହୁରି ମଧ୍ୟ କୁହାଯାଇଛି ଡକ୍ୟୁମେଣ୍ଟ ଓ ଭିଡ଼ିଓ ରେ .exe ବା .lnk ଫର୍ମାଟ ରେ କେବେ ବି ନଥାଏ | ଏହିପରି ଲିଙ୍କ କୁ ନଖୋଲିବାକୁ ପରାମର୍ଶ ଦେଇଛନ୍ତି |

ତଥ୍ୟ ପାଇଁ WHO ୱେବସାଇଟ ଯାଆନ୍ତୁ:

କରୋନା ଭାଇରସ ବିଷୟରେ ଅଧିକ ତଥ୍ୟ ଜାଣିବାପାଇଁ ସିଧା WHO ୱେବ ସାଇଟ କୁ ଜ ଯାଆନ୍ତୁ | ଏଥିରେ ଭାଇରସ ର ପ୍ରକୋପ, ନିଜକୁ ସୁରକ୍ଷିତ ରଖିବା ପ୍ରଣାଳୀ, ନ୍ୟୁଜ୍, ରିସୋର୍ସ ସମେତ WHO ଟ୍ଵିର୍ଟର ପେଜ ରେ ଦିଆଯାଇଥିବା ଲାଇବ ଅପଡେଟ ସାମିଲ | ଏଥିରେ କେବଳ କରୋନା ଭାଇରସ ବିଷୟରେ ତଥ୍ୟ ଜାଣିବା ସହିତ ବାହାରୁ ଭୁଲ ତଥ୍ୟ ରୁ ମୁକ୍ତି ପାଇବେ |

Leave A Reply

Your email address will not be published.