Latest Odisha News

BREAKING NEWS

ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପ: ଲେନିନ-ଲିଙ୍ଗରାଜଙ୍କ ଯୋଡ଼ି ଚାମ୍ପିଅନ

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେନିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ସେମାନେ ୨-୦ ସେଟରେ ସିଏସ ବାବୁ ଓ ପିକେ ପାତ୍ରଙ୍କୁ ପରାସ୍ତ କରିଥିଲେ ।

ସ୍ଥାନୀୟ ୟୂନିଟ ୧ ସ୍ଥିତ ଇନଣ୍ଡୋର ହଲରେ ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ମିଡ଼ିଆ ବ୍ୟାଡ଼ମିଂଟନ କପ ଅନୁଷ୍ଠିତ ହୋଇଥିଲା । ଏହି ମିଡ଼ିଆ କପ ପ୍ରତିଯୋଗିତାରେ ବିଭିନ୍ନ ଗଣମାଧ୍ୟମର ୪୨ ଜଣ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସାମ୍ବାଦିକ କେ ରବି ଓ ମନୋରଂଜନ ମିଶ୍ର ମିଡ଼ିଆ କପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୨୧ ଯୋଡ଼ିଙ୍କ ମଧ୍ୟରେ ପ୍ରି କ୍ୱାର୍ଟର, କ୍ୱାର୍ଟର, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମିଡ଼ିଆ କପର ସେମିଫାଇନାଲରେ ଲେନିନ ଓ ଲିଙ୍ଗରାଜଙ୍କ ଯୋଡ଼ି ବିକେ ସାହୁ ଓ ସିକେ ନାୟକଙ୍କୁ ପରାସ୍ତ କରିଥିବାବେଳେ ସିଏସ ଦାସ ଓ ନିର୍ଦ୍ଧେଶ କୁମାରଙ୍କୁ ପରାସ୍ତ କରି ସିଏସ ବାବୁ ଓ ପିକେ ପାତ୍ରଙ୍କ ଯୋଡ଼ି ଫାଇନାଲକୁ ଯାଇଥିଲେ ।

ଚାମ୍ପିଅନ ଓ ରନର୍ସ ଅପ ଟିମକୁ ଟ୍ରଫି ପ୍ରଦାନ କରାଯିବା ସହ ମ୍ୟାଚରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳୀଙ୍କୁ ମେମେଂଟୋ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘର ସଭାପତି ଚଣ୍ଡୀ ପ୍ରସାଦ ଦାସ, ସମ୍ପାଦକ ସନ୍ତୋଷ ଚୌଧୁରୀ, ବିବେକାନନ୍ଦ ମିଶ୍ର ଓ ବିକ୍ରମ କେଶରୀ ମହାନ୍ତି ଉପସ୍ଥିତ ଥିଲେ ।

ମନୋଜ କୁମାର, ରଶ୍ମୀକାନ୍ତ ଭୂୟାଁ, ଡି ଶୁଭକାନ୍ତ ମହାନ୍ତି, ନଇମୁଦ୍ଧିନ ଖାନ, ଜ୍ଞାନ ଚାନ୍ଦ, ଅଜିତ ମହାନ୍ତି ଓ ରଶ୍ମୀ ମ୍ୟାଚ ପରିଚାଳନା କରିଥିଲେ । ଅପରପକ୍ଷରେ ଅନୁଷ୍ଠାନର ଉପସଭାପତି ଶକ୍ତିରଂଜନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଦୀପ୍ତି ପ୍ରକାଶ ସୁବୁଦ୍ଧି, କୋଷାଧ୍ୟକ୍ଷ ଶ୍ରୀମନ୍ତ ମିଶ୍ର, ସତୀର୍ଥ ନାୟକ ଓ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ମିଡ଼ିଆ କପ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.