Latest Odisha News

BREAKING NEWS

ଲକ୍‌ଡାଉନ କରାଯାଇ ନ ଥିଲେ ଭାରତରେ ୮ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ହୋଇଥାନ୍ତେ

ନୂଆଦିଲ୍ଲୀ: ଭାରତ ସରକାର ପକ୍ଷରୁ ଯଦି ସଙ୍ଗେ ସଙ୍ଗେ ଲକଡାଉନ କରାଯାଇ ନ ଥାନ୍ତା ତାହେଲେ ଏବେ ସୁଦ୍ଧା ୮ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତ କରୋନା ସଂକ୍ରମିତ ହୋଇଥାନ୍ତେ । ଆଇସିଏମଆର ରିପୋର୍ଟ ମୁତାବକ ଭାରତ ଆଉ ବିଳମ୍ବ କରିଥିଲେ ଇଟାଲୀ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଅକ୍ସଫୋର୍ଡ ୟୁନିଭରସିଟି ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍ ସମୟରେ ଲକଡାଉନର ନିଷ୍ପତି ନେଇଥିଲେ ।

ଭାରତ ସରକାର ଲକଡାଉନ ନିୟମ ଲାଗୁ କରିବା ନେଇ ବିପକ୍ଷୀ ଦଳ ପ୍ରାରମ୍ଭିକ ପର୍ଯ୍ୟାୟରେ ସମାଲୋଚନା କରିଥିଲେ । ଏବେ ସାରା ବିଶ୍ୱ ଭାରତର ପଦକ୍ଷେପକୁ ଭୂୟସୀ ପ୍ରଶଂସା କରୁଛି । ଆମେରିକା, ବ୍ରିଟେନ, ଇଟାଲି ଯଦି ଭାରତ ଭଳି କଠୋର ପଦକ୍ଷେପ ନେଇଥାନ୍ତେ ତାହାଲେ କରୋନା ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.