Latest Odisha News

BREAKING NEWS

କରୋନାଭାଇରସ୍ ନ୍ୟୁ ଷ୍ଟ୍ରେନ୍: ଦେଶରେ ଆଉ ୨୦ ଟି ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ନ୍ୟୁ ଷ୍ଟ୍ରେନ୍ ପ୍ରଭାବ ଜାରି ରହିଛି। ଭାରତରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ବୃଦ୍ଧି ପାଉଛି। ବ୍ରିଟେନରେ ବ୍ୟାପିଥିବା ଏହି ନୂତନ କରୋନା ଭାଇରସ୍ ଷ୍ଟ୍ରେନ୍ ଭାରତରେ ୨୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଯାହା ପରେ ମୋଟ ସଂଖ୍ୟା ୫୮ ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ସମସ୍ତ ସଂକ୍ରମିତ ଲୋକଙ୍କୁ ପୃଥକ ପୃଥକ କୋଠରୀରେ ରଖାଯାଇଛି। ମନ୍ତ୍ରଣାଳୟ କହିଛି ଯେ ଯେଉଁମାନେ ଏହି ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି।

Leave A Reply

Your email address will not be published.