Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଫାଇନାଲ: ୭୫ ହଜାର ଟିକେଟ ବିକ୍ରି

ମେଲବୋର୍ଣ୍ଣ:ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଆଇସିସି ଟି୨୦ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ପ୍ରତି ଦର୍ଶକଙ୍କ ବେଶ୍ ଉତ୍କଣ୍ଠା ରହିଛି । ରିପୋର୍ଟ ମୁତାବକ ୧ ଲକ୍ଷ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର ୭୫ ହଜାର ଟିକେଟ ବିକ୍ରି ହୋଇସାରିଛି । ମାର୍ଚ୍ଚ ୮ ଅଲରାଉଣ୍ଡର ହରମନପ୍ରୀତ କୌରଙ୍କ ଜନ୍ମଦିନ ହୋଇଥିବାରୁ ଟିମ୍ ଇଣ୍ଡିଆ ଅଧିନାୟିକାଙ୍କୁ ବିଜୟ ଉପହାର ଦେବାକୁ ଚାହିଁବେ । ଆଇସିସି ଅଫିସିଆଲ ୱେବାସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦର୍ଶକଙ୍କ ଉପସ୍ଥିତ ନିଶ୍ଚିତ ଭାବେ ସ୍ମରଣୀୟ ହେବାକୁ ଯାଉଛି । ପପ ସିଙ୍ଗର କ୍ୟାଟ ପେରୀ ଫାଇନାଲ ଅବସରରେ ୨ଟି ଗୀତ ଗାଇବେ । ସେ ଉଭୟ ଦଳର ସଦସ୍ୟାଙ୍କୁ ଭେଟି ସାରିଛନ୍ତି । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ ପାଗ ମେଘୁଆ ରହିବ ସତ କିନ୍ତୁ ବର୍ଷା ସମ୍ଭାବନା କମ୍ ଅଛି ।

Leave A Reply

Your email address will not be published.