Latest Odisha News

BREAKING NEWS

ଗୋଟିଏ ଦିନରେ ଓଡିଶାରେ ୧୫ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦ ଜଣ ଭୁବନେଶ୍ୱରରୁ ହୋଇଥିବା ବେଳେ ଭଦ୍ରକରୁ ୨ଜଣ, କଟକରୁ ଜଣେ, ପୁରୀରୁ ଜଣେ ଏବଂ ଯାଜପୁରରୁ ଜଣେ ରହିଥିବା ସୂଚନା ମିଳିଛି ।

ଭୁବନେଶ୍ୱର ୧୦ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ତିନି ଜଣ ବମିଖାଲ ଅଂଚଳର ହୋଇଥିବା ବେଳେ ଅନ୍ୟ ସାତ ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ସୂର୍ଯ୍ୟନଗରର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସ୍ତ୍ରୀ, ଝିଅ, ଭଡାଟିଆ ଓ ସମ୍ପର୍କୀୟ ବୋଲି ଜଣାପଡିଛି ।
ପୂର୍ବରୁ ଭଦ୍ରକରେ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜିର ଦୁଇଜଣଙ୍କୁ ମିଶାଇ ଜିଲ୍ଲାରେ ସଂଖ୍ୟା ତିନିରେ ପହଞ୍ଚିଛି । ସେହିଭଳି ପୁରୀ, କଟକ ଓ ଯାଜପୁରରେ ପ୍ରଥମ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ମୋଟ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ଭୁବନେଶ୍ୱରର ୧୪ ଜଣ ହୋଇଥିବା ବେଳେ ଭଦ୍ରକର ତିନିଜଣ ଏବଂ କଟକ, ପୁରୀ ଓ ଯାଜପୁର ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି । ସେଥି ମଧ୍ୟରୁ ପ୍ରଥମ ଦୁଇଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.